ବିଜ୍ଞାନ ଓ ପ୍ରଯୁକ୍ତି

୩୫ ମିନିଟରେ ତିଆରି ହେଲା ୨୨ ହଜାରରୁ ଉର୍ଦ୍ଧ୍ୱ ଡଙ୍ଗା

କଟକ, ୧୫/୧୧/୨୦୨୨-   ଐତିହାସିକ ସହର କଟକ ନାମରେ ରହିଛି ଅନେକ କୀର୍ତ୍ତିମାନ । ଆଉ ଏହି କୀର୍ତ୍ତିମାନ ମଧ୍ୟରେ ସ୍ଥାନୀୟ ହୋଇଛି ଆଉ ଏକ ବିରଳ ସଫଳତାର ଅଧ୍ୟାୟ । ତାହାପୁଣି ସବୁଠୁ ସମ୍ମାନସ୍ପଦ ଗିନିଜ ବୁକ୍ ଅଫ୍ ୱାଲ୍ଡ ରେକର୍ଡରେ । ମାତ୍ର ୩୫ମିନିଟରେ ୨୨ହଜାର ରୁ ଉର୍ଦ୍ଧ କାଗଜ ଡଙ୍ଗା ତିଆରି କରି ସିଏମସି ଏବଂ ସହଯୋଗୀମାନେ ଗିନିଜ ବୁକ୍ ରେ ନାମ ସାମିଲ କରିଛନ୍ତି । କଟକରେ ଐତିହାସିକ ବାଲିଯାତ୍ରା ଉତ୍ସବ ଚାଲିଥିଲା ବେଳେ ଏଭଳି ଏକ ସଫଳତା କଟକବାସୀଙ୍କ ଆନନ୍ଦକୁ ଦ୍ୱିଗୁଣିତ କରିଛି ।

ଏହି କାର୍ଯ୍ୟକ୍ରମରେ ୨୨ସ୍କୁଲର ୨୧ସହ ରୁ ଉର୍ଦ୍ଧ ବିଦ୍ୟାର୍ଥୀ ସାମିଲ ହୋଇଥିଲେ । ୫୦ଜଣ ଅଫିସିଆଲ୍ ଜୁରି ପରିଚାଳିତ ଏହି କାର୍ଯ୍ୟକ୍ରମରେ ଇଂଲଣ୍ଡରୁ ଗିନିଜ ବୁକର ଜଣେ ସ୍ୱତନ୍ତ୍ର ଜୁରି ମଧ୍ୟ ଉପସ୍ଥିତ ରହିଥିଲେ ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ । ଏହି କାର୍ଯ୍ୟକ୍ରମକୁ ବିଶ୍ୱ ରେକର୍ଡରେ ସ୍ଥାନିତ କରବା ନିମନ୍ତେ କଟକ ମହାନଗର ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ବାଲିଯାତ୍ରାରେ ଜନ ସମାଗମ ଏବଂ ଲୋକଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏକହାକୁ ଗୋଟିଏ ଦିନ ପାଇଁ ବଢାଯାଇଛି । ସେପଟେ ମଙ୍ଗଳବାର ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ବାଲିଯାତ୍ରାର ଐତିହ ଏବଂ ଇଣ୍ଡୋନେସିଆ – ଭାରତ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ନେଇ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ ।

 

Related Articles

Back to top button
WP Twitter Auto Publish Powered By : XYZScripts.com