ବିଜ୍ଞାନ ଓ ପ୍ରଯୁକ୍ତି

ବଢୁଛି ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

 ଭୁବନେଶ୍ୱର, ୧୯ /୧୦/୨୦୨୨-   ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ବଢୁଥିବା ନେଇ ସ୍ପଷ୍ଟ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ଭିତରେ ଲଘୁଚାପର ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ବୋଲି ଟୁଇଟ୍ କରି ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୨ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା କେଉଁଠି ଲ୍ୟାଣ୍ଡଫଲ କରିବ,କେଉଁଆଡେ ଗତି କରିବ ସେନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ଆକଳନ କରାଯାଇନାହିଁ । ଆସନ୍ତା ୨୩ ତାରିଖ ସକାଳୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ୨୨ ତାରିଖରୁ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ମତ୍ସ୍ୟଜୀବୀଙ୍କ ପାଣିପାଗ ବିଭାଗ ସତର୍କ କରାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com