ବିଜ୍ଞାନ ଓ ପ୍ରଯୁକ୍ତି

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

 ଭୁବନେଶ୍ୱର, ୦୭/ ୦୪/ ୨୦୨୩ –  ଜୀବନରେ ଖୁସିରେ ରହିବାପାଇଁ ସୁସ୍ଥ ରହିବା ନିହାତି ଆବଶ୍ୟକ । ଆଉ ସୁସ୍ଥ ରହିବା ପଇଁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ଦରକାର । ଏକ ସର୍ଭେକ୍ଷଣରୁ ଜଣା ଯାଇଛି ଯେ, ବିଶ୍ୱର ଏକ ତୃତୀୟାଂଶ ଲୋକ ଅତ୍ୟାବଶ୍ୟକୀୟ ସେବା ପାଇବାରୁ ବଞ୍ଚିତ ରହୁଛନ୍ତି । ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମି ଓ ଜନ ସଚେତନତା ବାଧକ ସାଜୁଛି ।

ତେବେ ସ୍ୱାସ୍ଥ୍ୟ ସମ୍ପର୍କରେ ସଚେତନତା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-WHO ପକ୍ଷରୁ ୧୯୫୦ ମସିହାଠାରୁ ପ୍ରତିବର୍ଷ ଏପ୍ରିଲ ୦୭ ତାରିଖକୁ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ଦୈନନ୍ଦିନ ଜୀବନର ବ୍ୟସ୍ତତା ମଧ୍ୟରେ ସାଧାରଣତଃ ନିଜ ସ୍ୱାସ୍ଥ୍ୟକୁ ଅଣାଦେଖା କରିଥାଉ । ଏଥିପାଇଁ ଚଳିତ ବର୍ଷର ଥିମ ରହିଛି ”ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ” । ତେବେ ପ୍ରତ୍ୟେକ ବ୍ୟକ୍ତି ଶାରୀରିକ, ମାନସିକ ସ୍ତରରେ ସୁସ୍ଥ ରହିବା ସହ ଉନ୍ନତମାନର ଜୀବନ ବିତାଯାଇପାରିବ ବୋଲି WHO ଆଶା ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com