ବିଜ୍ଞାନ ଓ ପ୍ରଯୁକ୍ତି

ନିଷ୍ପାପ ନବଜାତ ପେଟରୁ ବାହାରିଲା ୮ ଭ୍ରୁଣ

ଏକକାଳୀନ ଏତେ ଭ୍ରୁଣ ବାହାରିବା ବିଶ୍ୱରେ ପ୍ରଥମ

ଭୁବନେଶ୍ୱର ୦୪/୧୧/୨୦୨୨ –  ନବଜାତକ ପେଟରେ ଭ୍ରୁଣ । ଏହା ପୁଣି ଏକ ୨୩ ଦିନର ନିଷ୍ପାପ ଶିଶୁ ପେଟରେ । ଗୋଟିଏ କି ଦୁଇଟି ନୁହେଁ ଏକା ଥରକେ ଆଠ – ୮ଟି ଭ୍ରୁଣ । ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଏକଦମ୍ ସତ । ଝାଡଖଣ୍ଡ ରାଜଧାନୀ ରାଞ୍ଚିରେ ଘଟିଛି ଏଭଳି ଘଟଣା । ଚିକିତ୍ସା ବିଜ୍ଞାନୀଙ୍କୁ ଚକିତ କରି ପ୍ରକୃତିର ବିପରୀତ ଏଭଳି ଏକ ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭ୍ରୂଣ-ଭିତରେ-ଭ୍ରୂଣ’ ଘଟଣା ବିଶ୍ବରେ ପ୍ରଥମ ‌ହୋଇପାରେ ବୋଲି ଡାକ୍ତରଖାନାର ଜଣେ ଡାକ୍ତର କହିଛନ୍ତି । ରାଞ୍ଚି ରାମଗଡ଼ ଜିଲ୍ଲାର ଜଣେ ୨୧ ଦିନର ଶିଶୁ କନ୍ୟା ପେଟରେ ଥିବା ୮ଟି ଭ୍ରୂଣକୁ ରାଞ୍ଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଅସ୍ତ୍ରୋପଚାର କରି ବାହାର କରାଯାଇଛି ।

‘ନଭେମ୍ବର ୧ ତାରିଖ ଦିନ ଉକ୍ତ ନବଜାତକର ଅସ୍ତ୍ରୋପଚାର କରାଯାଇଥିଲା । ଏବେ ସେ ସୁସ୍ଥ ହେଉଛି । ବିଶେଷଜ୍ଞଙ୍କ କହିବା ଅନୁସାରେ , ‘ଫେଟସ-ଇନ୍‌-ଫେଟସ’ ଅତ୍ୟନ୍ତ ବିରଳ ଘଟଣା । ଏଥିରେ ଅପପୁଷ୍ଟିର ସରବ୍ୟ ହୋଇଥିବା ମେରୁଦଣ୍ଡୀ ଭ୍ରୂଣଟି ତା’ର ଯମଜ ଭ୍ରୂଣ ଶରୀର ଭିତରେ ରହିଯାଏ । ଯାହା ଏହି ନବଜାତ ଘଟଣାରେ ଘଟିଛି । ‘ଭ୍ରୂଣ-ଭିତରେ-ଭ୍ରୂଣ’ ଘଟଣା ଜୀବନ୍ତ ଜନ୍ମ ନେଉଥିବା ୫ ଲକ୍ଷ ନବଜାତକଙ୍କ ମଧ୍ୟରୁ ଜଣକଠାରେ ଦେଖାଯାଏ । ତେବେ ଏପର୍ଯ୍ୟନ୍ତ ଜଣେ ନବଜାତକ ଦେହରେ ଏତେଗୁଡ଼ିଏ ଭ୍ରୂଣ ଥିବା ଦୃଷ୍ଟାନ୍ତ ନଥିଲା । ଅଧିକାଂଶଙ୍କ ଦେହରେ ଗୋଟିଏ ଭ୍ରୂଣ ଥିବା କଥା ‘ଇଣ୍ଟର୍‌ନ୍ୟାସ୍‌ନାଲ୍ ମେଡିକାଲ୍ ଜର୍ଣ୍ଣାଲ୍‌’ରେ ରେକର୍ଡ କରାଯାଇଛି ।

ଅକ୍ଟୋବର ୧୧ ତାରିଖରେ ରାମଗଡ଼ ଡାକ୍ତରଖାନାରେ ଝିଅଟି ଜନ୍ମ ହେବା ପରେ ବାପାମାଆ ତା’ର ପେଟ ଭିତରେ କିଛି ଟାଣୁଆ ଜିନିଷ ଥିବାର ଜାଣିପାରିଲେ। ଛୁଆଟିର ହାବଭାବ ସ୍ୱାଭାବିକ ଥିଲେ ବି ଡାକ୍ତରୀ ପରାମର୍ଶ ନିମନ୍ତେ ଅକ୍ଟୋବର ୨୮ ତାରିଖ ଦିନ ହସ୍ପିଟାଲ୍‌’କୁ ଆଣିଥିଲେ । ତା’ର ଛାତି ତଳକୁ ‘ଟ୍ୟୁମର୍‌’ ଭଳି କିଛି ଅଛି ବୋଲି ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଲା । ତେଣୁ, ଅସ୍ତ୍ରୋପଚାର ପାଇଁ ଡାକ୍ତରମାନେ ନିଷ୍ପତ୍ତି ନେଇଥିଲେ । କିନ୍ତୁ, ଅସ୍ତ୍ରୋପଚାର ପରେ ଶିଶୁ କନ୍ୟା ପେଟରୁ ଭ୍ରୂଣଗୁଡ଼ିକ ବାହାରିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com