ବିଜ୍ଞାନ ଓ ପ୍ରଯୁକ୍ତି

ପଛୁଆ ବର୍ଗ ସମ୍ପର୍କରେ କରାଯିବ ସର୍ଭେ

ଭୁବନେଶ୍ୱର, ୧୬/୦୩/୨୦୨୩ –    ଓଡ଼ିଶା ସରକାରଙ୍କ ପକ୍ଷରୁ ପଛୁଆ ବର୍ଗ ସମ୍ପର୍କରେ ସର୍ଭେ ଆରମ୍ଭ ହେବାକୁ ଯାଉଛି । ମେ ୧ ରୁ ୨୭ ପର୍ଯ୍ୟନ୍ତ ଏହି ସର୍ଭେ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହା କେବଳ ଓଡ଼ିଶା ସରକାରଙ୍କ ଦ୍ୱାରା ଅଧିସୂଚିତ ୨୦୮ ପ୍ରକାର ପଛୁଆ ବର୍ଗର ଲୋକଙ୍କ ପାଇଁ ଉଦ୍ଧିଷ୍ଟ ।

ଏହି ସର୍ଭେରେ ସମସ୍ତ ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ଏହି ସର୍ଭେ ମାଧ୍ୟମରେ ତଥ୍ୟ ଗ୍ରହଣ କରାଯିବ । ପଛୁଆ ବର୍ଗର ଲୋକଙ୍କୁ କିଭଳି ତାଙ୍କର ନାର୍ଯ୍ୟ ଅଧିକାର ମିଳିବ ସେନେଇ ସରକାର ଏହି ଯୋଜନା ଆରମ୍ଭ କରିଛନ୍ତି । ପରିବାରର ମୁଖ୍ୟ କିମ୍ବା ଜଣେ ବରିଷ୍ଠ ସଦସ୍ୟ ଆଧାରକାର୍ଡ, ଭୋଟର ପରିଚୟ ପତ୍ର ବା ପ୍ୟାନ୍ କାର୍ଡ ଯେକୌଣସି ଗୋଟିଏ ପରିଚୟ ପତ୍ର ଯୋଗେ ତଥ୍ୟ ଦେଇ ପାରିବେ । ଏତତ୍ ବ୍ୟତୀତ ରାସନ କାର୍ଡ ନଥିବା ପଛୁଆ ବର୍ଗ ପରିବାରର ସଦସ୍ୟ ମଧ୍ୟ ସର୍ଭେ ସେଣ୍ଟରରେ ତଥ୍ୟ ପ୍ରଦାନ କରିପାରିବେ  ।

Related Articles

Back to top button
WP Twitter Auto Publish Powered By : XYZScripts.com