ବିଜ୍ଞାନ ଓ ପ୍ରଯୁକ୍ତି

ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ

ବ୍ରହ୍ମପୁର, ୧୭/୧୧/୨୦୨୨-   ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ସାମ୍ବାଦିକ ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କୁଳପତି ପ୍ରଫେସର ଡ. ଗିତାଞ୍ଜଳି ଦାଶ, ସ୍ନାତକୋତର ଶିକ୍ଷା ପରିଷଦ ଅଧ୍ୟକ୍ଷ ପ୍ରଫେସର ପ୍ରତାପ ମହାନ୍ତି, ପ୍ରକାଶ ପଟ୍ଟନାୟକ ଅତିଥି ରୂପେ ଯୋଗଦାନ କରିଥିଲେ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରୂପେ ବିବେଚିତ ଗଣମାଧ୍ୟମର ମାନ ଓ ଗୌରବକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସାମ୍ବାଦିକ ମାନଙ୍କୁ ନିଷ୍ଠାର ସହ ସାଧାରଣ ଲୋକଙ୍କ ସହ ଯୋଡ଼ି ଖବର ପରିବେଷଣ କରିବା ଜରୁରୀ ବୋଲି ଅତିଥି ମାନେ ମତ ଦେଇଥିଲେ ।

ଲୋକଙ୍କ ସୁଖ ଦୁଖ ଓ ସମସ୍ୟା ସହ ଯୋଡ଼ି ହୋଇ ସବୁ ବେଳେ ଏମିତି କିଛି ଖବର ପରିବେଷଣ କରିବାକୁ ହେବ ତାହା ଲୋକଙ୍କ ସ୍ୱାର୍ଥ ରକ୍ଷା ସହ ସାମ୍ବାଦିକଟି ଜନ ମାନସରେ ନମ୍ବର ୧ ରୂପେ ଆଦୃତ ହୋଇପାରିବ ସେଥି ପ୍ରତି ସମସ୍ତଙ୍କୁ ଧ୍ୟାନ ଦେବା ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ ତାଙ୍କ ଉଦବୋଧନରେ କହିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତିତ୍ୱ ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା । ବିଭାଗୀୟ ମୁଖ୍ୟ ଡ. ଗଣେଶ ସେଠୀ ସଭା ପରିଚାଳନା କରିଥିବା ବେଳେ ଡ. ଜୟନ୍ତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com