Breaking NewsFeaturedଅନ୍ତର୍ଜାତୀୟବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତିଭାଇରାଲ୍ ଭିଡିଓ

ଅଜବ ଦେଶୀ ଯୁଗାଡ଼… ବଳଦ ଜାଗାରେ ବନ୍ଧା ହୋଇଛି ସ୍କୁଟର…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ‘କୋହ୍ଲୁ କା ବୈଲ୍‌’ ଏହି ପ୍ରବାଦଟି ନିହାତି ଆପଣ ଶୁଣିଥିବେ । ସାଧାରଣତଃ ଏହି ପ୍ରବାଦଟି ସେହି ଲୋକଙ୍କ ପାଇଁ ବ୍ୟବହାର ହୁଏ ଯେଉଁମାନେ ଖୁବ୍ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ଲାଗୁଛି ବଦଳୁଥିବା ଟେକ୍ନୋଲୋଜି ସହିତ ପୁରୁଣା ପ୍ରବାଦରେ ମଧ୍ୟ କିଛି ସୁଧାର ଆଣିବାକୁ ପଡ଼ିବ । ଆଉ ଯଦି ଆପଣ ଆଜିର ଏହି Viral Videoକୁ ଦେଖିବେ ତେବେ ଆପଣଙ୍କୁ ‘କୋହ୍ଲୁ କା ବୈଲ୍‌’ ବଦଳରେ ‘କୋହ୍ଲୁ କା ସ୍କୁଟର୍‌’ର ପ୍ରବାଦ କହିବାକୁ ହେବ । କାରଣ ଏହା ଏପରି ଏକ ଯୁଗାଡ଼ , ଯେଉଁଥିରେ ନୂଆ ପୁରୁଣା ଟେକ୍‌ନିକ୍‌ର ବ୍ୟବହାର କରାଯାଇଛି । କୋହ୍ଲୁ ଓ ଚକ୍କି ବ୍ୟବସ୍ଥାତ ଆଇମା ଅମଳରୁ ଚାଲି ଆସିଛି । କିନ୍ତୁ ନୂଆ ଯୋଗାଡ଼ର କମାଲରେ ଏହାକୁ ଚଲାଇବା ପାଇଁ ନା ତ କୌଣସି ମଣିଷ ନା ବଳଦ, ଗଧ ଘୋଡ଼ା ପରି କୌଣସି ପଶୁଙ୍କର ଆବଶ୍ୟକତା ରହିଛି । ବର୍ତ୍ତମାନ ସମୟରେ ବଳଦ , ଘୋଡ଼ା ଆଦି ପାଳିବା ଠାରୁ ଭଲ ବାଇକ୍ କିଣି ନେବା । ଆଉ ଚକ୍କି ଚଲାିବା ପାଇଁ ବଳଦ ବଦଳରେ ବାଇକ୍‌ର ବ୍ୟବହାର କରିବା ।

ଇନ୍‌ଷ୍ଟାଗ୍ରାମରେ ଶେଆର୍ ହୋଇଥିବା ଏହି ଭିଡ଼ିଓର କ୍ୟାପସନ୍‌ରେ ଲେଖା ଅଛି ଅଏଲ୍ ମେସିନ୍ ୱିଥ୍ ନ୍ୟୁ ଟେକ୍ନୋଲୋଜି । କୌଣସି ଏସୀୟ ଦେଶର ଏହି ଭିଡିଓରେ ତେଲ ବାହାର କରିବା ପାଇଁ ଚକ୍କିରେ ସ୍କୁଟରକୁ ଲଗା ଯାଇଛି । ଏହି ଭିଡ଼ିଓରେ ଅନେକ ଚକ୍କି ଧେତ୍କବାକୁ ମିଳେ । ଆଉ ସମସ୍ତ ଚକ୍କି ସ୍କୁଟର ସାହାଯ୍ୟରେ ଚାଲୁଛି । କିନ୍ତୁ ଗୋଟିଏ ଚକ୍କିକୁ ଘୋଡ଼ା ଟାଣଉଛି । କିନ୍ତୁ ଏହା ନକଲି ଅଟେ । କିଛିଲୋକ କେବଳ ଶସ୍ୟକୁ ଚକ୍କିରେ ଢାଳୁଛନ୍ତି । ଆଉ ଚକ୍କିରେ ବାଡ଼ି ସାହାଯ୍ୟରେ ସ୍କୁଟର ବାନ୍ଧି ଏଭଳି କାର୍ଯ୍ୟ କରିବାର ଶୈଳୀ ଲୋକଙ୍କୁ ଖୁବ୍ ପସନ୍ଦ ଆସିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୬ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ୫୦ ହଜାର ଲୋକ ଏହାକୁ ପସନ୍ଦ କରିଛନ୍ତି । କିଛି ଲୋକ ଏହାକୁ ନେଇ ମଜାଦାର୍ କମେଣ୍ଟ କରୁଥିବା ବେଳେ ଅନ୍ୟକିଛି ଲୋକ ଏହାକୁ ଭାରତର ପାରମ୍ପାରିକ ପଦ୍ଧତି ବୋଲି କହିଛନ୍ତି । ଆଉ କିଛି ପେଟ୍ରୋଲ କିମ୍ବା ଇଲେକ୍ଟ୍ରିର ଉପଯୋଗକୁ ନେଇ ପ୍ରଶ୍ନ କରିଛନ୍ତି।

ଦେଖନ୍ତୁ ଭିଡିଓ:

Related Articles

Back to top button
WP Twitter Auto Publish Powered By : XYZScripts.com