ବାଣିଜ୍ୟ

ଆହୁରି ଏକ ବର୍ଷ ମାଗଣାରେ ମିଳିବ ଚାଉଳ

ଭୁବନେଶ୍ୱର, ୦୩ /୦୧/୨୦୨୩ –   ଜାନୁଆରୀ ୨୦୨୩ରୁ ଡିସେମ୍ବର ୨୦୨୩ ପର୍ଯ୍ୟନ୍ତ ଏକବର୍ଷ ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ଜାନୁୟାରୀ ୨୦୨୩ ଠାରୁ ୧୨ ମାସ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ମାଗଣାରେ SFSS ଅଧୀନରେ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯିବ । ଏଥିପାଇଁ ୧୮୫ କୋଟି ଟଙ୍କା ଖର୍ଚ୍ଚ ହେବ ।

ରାଜ୍ୟ ସରକାରଙ୍କ ‘ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା’ ଅଧୀନରେ ହିତାଧିକାରୀଙ୍କୁ ୨୦୧୮ ଅକ୍ଟୋବର ଠାରୁ ପ୍ରତି ମାସରେ କିଲୋ ପିଛା ୧ ଟଙ୍କା ମୂଲ୍ୟରେ ଚାଉଳ ବଣ୍ଟନ କରୁଛନ୍ତି । ବର୍ତ୍ତମାନ ଏହା ବିନା ମୂଲ୍ୟରେ ଦିଆଯିବ । ଏହି ହିତାଧିକାରୀମାନଙ୍କୁ COVID-୧୯ ମହାମାରୀର ଗତ ୨୮ ମାସ ମଧ୍ୟରେ ଅତିରିକ୍ତ ଚାଉଳ ଏବଂ ଡାଲି ଯୋଗାଇ ଦିଆଯାଇଛି । ଏହା ବ୍ୟତୀତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ ପ୍ରତ୍ୟେକ ପରିବାରକୁ ୧୦୦୦ ଟଙ୍କା ଲେଖାଏଁ ଦୁଇଥର ଦିଆ ଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com