ବାଣିଜ୍ୟ

ବ୍ରହ୍ମପୁରରେ ସର୍ବ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ୨୦୨୨ ଉଦ୍ଘାଟିତ

ବ୍ରହ୍ମପୁର, ୧୮/୦୮/୨୦୨୨-   ବ୍ରହ୍ମପୁର ମହାନଗର ନିଗମ ନିକଟସ୍ଥ ଏସ.ଏସ.ଭି.ଟି ପଡ଼ିଆରେ ବୁଧବାର ସନ୍ଧ୍ୟାରେ ସର୍ବ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ ହୋଇଯାଇଛି ।  ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଡ଼ିଏ ଅଧକ୍ଷ ସୁବାଷ ମହାରଣା ଯୋଗଦେଇ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀୟ ଅତିଥି ସାମ୍ବାଦିକ ତଥା କଣ୍ଠଶିଳ୍ପୀ ସୁଦିପ ସାହୁ,  ବ୍ରହ୍ମପୁର ମହାନଗର ମହୋତ୍ସବ ସଭାପତି ନାରାୟଣ ମହାକୁଡ, ପଶୁପ୍ରେମୀ ତଥା ଏସ.ପି.ସି.ଏ ସଦସ୍ୟ ଲଲାଟେନ୍ଦୁ ଚୌଧୁରୀ ଯୋଗ ଦେଇଥିଲେ। ଅରୁପା ଦ୍ଵାରା ଆୟୋଜିତ ଏହି ସର୍ଵ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀରେ ବିଭିନ୍ନ ରାଜ୍ୟର କୁଶଳୀ କାରିଗରମାନଙ୍କ ଦ୍ଵାରା ପ୍ରସ୍ତୁତ  ହସ୍ତଶିଳ୍ପ ଯଥା ହାତବୁଣା ପାଟ, ରଙ୍ଗ ବେରଙ୍ଗ ବସ୍ତ୍ର, ଚାନ୍ଦୁଆ, ପଟଚିତ୍ର, ତାରକସୀ, ପିତଳ, ରୂପା, ମହିଳା ପ୍ରସାଧନ ସାମଗ୍ରୀ, ଖେଳନା ଆଦି ବିଭିନ୍ନ ସାମଗ୍ରୀର ବହୁ ସଂଖ୍ୟକ ଷ୍ଟଲ ବିକ୍ରୀ ପାଇଁ ଖୋଲା ଯାଇଛି । ସହରରେ ଏପରି ପ୍ରଦର୍ଶନ ଫଳରେ ବହୁ ସଂଖ୍ୟକ ଗ୍ରାହକ ଉପସ୍ଥିତ ରହି ବିଭିନ୍ନ ଘରକରଣା ଓ ଭିନ୍ନ ଭିନ୍ନ ଉପକରଣ ମାନ କିଣିବାର ଦେଖାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com