ବାଣିଜ୍ୟ

ପାଣ୍ଡରାରେ ଖୋଲିବ ବିଶ୍ୱ ଦକ୍ଷତା କେନ୍ଦ୍ରର ତୃତୀୟ କ୍ୟାମ୍ପସ

ଭୁବନେଶ୍ୱର, ୧୫/୦୨/୨୦୨୩ –    ଦକ୍ଷତା ବିକାଶ ମାଧ୍ୟମରେ ଆଗାମୀ ୨୦ବର୍ଷ ଧରି ଯୁବକଙ୍କୁ ଦକ୍ଷ କରାଯିବ । ଏନେଇ ଭୁବନେଶ୍ୱର ପାଣ୍ଡରାରେ ଖୋଲିବ ବିଶ୍ୱ ଦକ୍ଷତା କେନ୍ଦ୍ରର ତୃତୀୟ କ୍ୟାମ୍ପସ । କଟକରେ ଖୋଲିବ ବିଜୁ ପଟ୍ଟନାୟକ ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟର ନୂଆ କ୍ୟାମ୍ପସ । ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ହେବ ଉତ୍କର୍ଷ ବିଶ୍ୱବିଦ୍ୟାଳୟ । ଏଥିପାଇଁ ୧୫ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।

ସେହିପରି ଇନଷ୍ଟିଚ୍ୟୁଟ ବିକାଶ ଯୋଜନା ମାଧ୍ୟମରେ VSSUT ବୁର୍ଲାର ପୁନଃରୁଦ୍ଧାର କରାଯିବ । ଏନେଇ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଗଡ଼ାଇ ସୂଚନା ଦେଇଛନ୍ତି । ୧୦ହଜାର ପିଲାଙ୍କୁ ଉନ୍ନତ ମାନର ଦକ୍ଷତା ବିକାଶ ତାଲିମ ପ୍ରଦାନ କରାଯିବ । ସେଥି ମଧ୍ୟରୁ ୫୦%ମହିଳାଙ୍କୁ ସୁଯୋଗ ଦିଆଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com