ବାଣିଜ୍ୟ

OSHB ଓ ଉନ୍ନୟନ କର୍ତ୍ତୃପକ୍ଷ ପ୍ରଦାନ କରିବେ ମୁକ୍ତ-ମାଲିକାନା

ଭୁବନେଶ୍ୱର, ୧୨/୦୩/୨୦୨୩ –    ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା – OSHB ଓ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କଠାରୁ ଘର ବା ଜାଗା ନେଇଥିବା ଲୋକମାନେ ଘରର ମାଲିକ ହେବେ । ଏଥିସହିତ ସେହି ଘର ଜାଗାର ମଧ୍ୟ ସେମାନେ ମାଲିକ ହେବେ । ଏହାଦ୍ୱାରା ପ୍ରାୟ ଏକ ଲକ୍ଷ ଲିଜ୍‌ଧାରୀ ଉପକୃତ ହେବେ । ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସେମାନେ ଆଉ ଘରଡିହର ଲିଜ୍‌ଧାରୀ ହୋଇ ରହିବେ ନାହିଁ ।

ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା – OSHB ଓ ଉନ୍ନୟନ କର୍ତ୍ତୃପକ୍ଷ ମାନଙ୍କ ଆବାସିକ ପ୍ରକଳ୍ପଗୁଡ଼ିକର ହିତାଧିକାରୀମାନଙ୍କୁ ମୁକ୍ତ-ମାଲିକାନା ପ୍ରଦାନ କରାଯିବ । ସାରା ରାଜ୍ୟରେ ୨୭୯୭.୪୯୨ ଏକର ଜମିରେ OSHBଏବଂ ଉନ୍ନୟନ କର୍ତ୍ତୃପକ୍ଷ ୯୯ଟି ପ୍ରକଳ୍ପ ଜରିଆରେ ଲୋକଙ୍କୁ ଘରଡିହ/ଘର ଆବଣ୍ଟନ କରିଛନ୍ତି ।

ଏହି ପ୍ଲଟ୍‌ ଓ ଘରଗୁଡିକର ହିତାଧିକାରୀମାନେ ଏହିପରି ସମ୍ପତ୍ତିର ମାଲିକାନା ପାଇବାକୁ ବ୍ୟାକୁଳ ହେଉଥିଲେ ସୁଦ୍ଧା କୌଣସି ବିଧିଗତ ବ୍ୟବସ୍ଥା ନଥିଲା । ତେଣୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଏବେ ହିତାଧିକାରୀମାନେ ଏ ବାବଦରେ କର୍ତ୍ତୃପକ୍ଷମାନଙ୍କୁ ଆବଶ୍ୟକ ଫି ଗଣିବେ । ତେବେ ଭବିଷ୍ୟତରେ ଯେଉଁମାନେ ଏଭଳି ସଂସ୍ଥାମାନଙ୍କଠାରୁ ଜମି/ଘର କିଣିବେ ସେମାନେ ଆଉ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ।

 

Related Articles

Back to top button
WP Twitter Auto Publish Powered By : XYZScripts.com