ବାଣିଜ୍ୟ

ଦେଶ ଛାଡି ଚାଲିଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ, ୦୯/୦୭/୨୦୨୨ – ପରିବାର ସହ ଦେଶ ଛାଡି ଚାଲିଗଲେ ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେ । ଅର୍ଥନୈତିକ ସଙ୍କଟ ମଧ୍ୟରେ ଆନ୍ଦୋଳନକାରୀମାନେ ରାଷ୍ଟ୍ରପତି ଭବନ ଉପରେ କବଜା କରି ଭଙ୍ଗାରୁଜା କରିଛନ୍ତି । ଦେଶରେ ମହଙ୍ଗା ଶୀର୍ଷରେ ଥିବା ବେଳେ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଅନ୍ୟପକ୍ଷରେ ଶ୍ରୀଲଙ୍କା ପିପୁଲ ଫ୍ରଣ୍ଟର ୧୬ ସାଂସଦ ରାଜପକ୍ଷେଙ୍କ ଇସ୍ତଫା ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିନ୍ଧେ ବାଚସ୍ପତିଙ୍କୁ ଜରୁରୀକାଳୀନ ସ୍ଥିତିରେ ସଂସଦ ବୈଠକ ପାଇଁ ଅନୁରୋଧ କରିଛନ୍ତି । ଯଦି ରାଜପକ୍ଷେ ଇସ୍ତଫା ଦେଉଛନ୍ତି ତେବେ ଏହି ଆନ୍ଦୋଳନ ସମ୍ଭବତଃ ଥମିପାରେ । ଶ୍ରୀଲଙ୍କାର ଜନସାଧାରଣ ରାସ୍ତା ଘାଟ, ସରକାରୀ କାର୍ଯ୍ୟାଳୟ  ସବୁଠି ପ୍ରଦର୍ଶନ କରୁଛନ୍ତି । ଆନ୍ଦୋଳନକାରୀମାନଙ୍କ ଭିତରେ ପୂର୍ବତନ କ୍ରିକେଟର ସନଥ ଜୟସୁରିଆଙ୍କୁ ଦେଖିବାକୁ ମିଳିଛି । ସେ ଏହି ଆନ୍ଦୋଳନରେ ସାମିଲ ହୋଇ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି । ଏପର୍ଯ୍ୟନ୍ତ ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟି ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ପୋଲିସ ମଧ୍ୟ ଆନ୍ଦୋଳନକାରୀଙ୍କୁ କାବୁ କରିବା ପାଇଁ ଫାଙ୍କା ଗୁଳି ଚଳାଇବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରୁଛି ।

Related Articles

Back to top button
WP Twitter Auto Publish Powered By : XYZScripts.com