Breaking NewsFeaturedଜାତୀୟବାଣିଜ୍ୟ

ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗୃପ୍‌କୁ ମିଳିଲା କ୍ଲିନ ଚିଟ୍  

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ହିଣ୍ଡେନବର୍ଗ ମାମଲାରେ ଆଦାନୀ ଗ୍ରୁପକୁ ବଡ ଆଶ୍ୱସ୍ତି । ଆଦାନୀ ଗ୍ରୁପକୁ କ୍ଲିନଚିଟ ପ୍ରଦାନ କରିଛନ୍ତି ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ବିଶେଷଜ୍ଞ ଟିମ । ପ୍ରାରମ୍ଭିକ ପର୍ଯ୍ୟାୟରେ ତଦନ୍ତ କରି ବିଶେଷଜ୍ଞ ଟିମ ଏହି କ୍ଲିନଚିଟ ପ୍ରଦାନ କରିଛନ୍ତି । ଯେଉଁଥିରେ ଉଲ୍ଲେଖ ରହିଛି ଆଦାନୀ ଗ୍ରୁପ ସେୟାର ବଜାରରେ କୌଣସି ହେରଫେର କରିନାହାନ୍ତି ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏହି କମିଟି ଅନୁସାରେ ଆଦାନୀ ଗ୍ରୁପ ଏନେଇ ଯେଉଁ ତଥ୍ୟ ଦାଖଲ କରିଥିଲା ତାକୁ ସେବି ବା ଭାରତୀୟ ପ୍ରିତିଭୂତି ଓ ବିନିମୟ ବୋର୍ଡ ମଧ୍ୟ ଭୁଲ ଦର୍ଶାଇ ନାହିଁ । କାରଣ ଆହାନୀ ଗ୍ରୁପ ବିରୋଧରେ ଷ୍ଟକ ବଜାରରେ ମୂଲ୍ୟକୁ ପ୍ରଭାବିତ କରିବାର ମଧ୍ୟ ଅଭିଯୋଗ ଆସିଥିଲା । ହେଲେ ଏନେଇ କୌଣସି ପ୍ରମାଣ ମିଳିନଥିବା କମିଟିର ରିପୋର୍ଟରେ ଦର୍ଶାଯାଇଛି । ଏହା ସହ ଖୁଚୁରା ନିବେଶକଙ୍କ ପାଇଁ ଆବଶ୍ୟକ ପଦକ୍ଷେପ ମଧ୍ୟ ଆଦାନୀ ଗ୍ରୁପ ନେଇଛି । ଯାହା ନିବେଶକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବାରେ ମହାୟକ ହୋଇଛି । ଫଳରେ ଆଦାନୀ ଗ୍ରୁପର ସେୟାରରେ ଏବେ ସ୍ଥିରତା ଆସିଛି ବୋଲି କମିଟି ପକ୍ଷରୁ କୁହାଯାଇଛି । ସେହିପରି କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ଏନେଇ ଏକ ରିପୋର୍ଟ ଦାଖଲ କରାଯାଇଛି । ତେବେ ଆଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗଙ୍କ ଅଭିଯୋଗ ଉପରେ ସେବି ଏହାର ତଦନ୍ତ କରୁଛି । ତାହା ସହିତ ସୁପ୍ରିମକୋର୍ଟ ଅନ୍ୟ ଏକ ଡୋମେନ ବିଶେଷଜ୍ଞଙ୍କ କମିଟି ନିଯୁକ୍ତ କରିଥିଲେ ।

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଏହି ପ୍ୟାନେଲରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏଏମ ସପ୍ରେ, ବମ୍ବେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦେଓଧର , ଭାରତୀୟଷ୍ଟେଟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷ ଓପି ଭଟ୍ଟ, ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ମୁଖ୍ୟ କେଭି କାମାଥ, ଇନଫୋସିସର ସହ ପ୍ରତିଷ୍ଠାତା ନନ୍ଦନ ନିଲେକାନି ଏବଂ ସିକ୍ୟୁରିଟିଜ ଓ ନିୟାମକ ବିଶେଷଜ୍ଞ ସୋମଶେଖର ସୁନ୍ଦରେସନ ରହିଥିଲେ । କିଛି ଦିନ ହେବ ହିଣ୍ଡେନବର୍ଗ ରିସର୍ଚ୍ଚ ପକ୍ଷରୁ ଆଦାନୀ ଗ୍ରୁପକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିପାଇଁ ଆଦାନୀ ଗ୍ରପର ସେୟାର ହ୍ରାସ ପାଇବା ସହ ଏହାକୁ ନେଇ ଯୋର ଧରିଥିଲା ରାଜନୀତି ।

Related Articles

Back to top button
WP Twitter Auto Publish Powered By : XYZScripts.com