Featuredଜାତୀୟ

କୋଏମ୍ବାଟୁରରୁ ଏନଆଇଏ ଜବତ କଲା ବୋମା ତିଆରି ସାମଗ୍ରୀ

ରବିବାରଦିନ ତାମିଲନାଡୁର କୋଏମ୍ବାଟୁରଠାରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା ଆରମ୍ଭ କରିଦେଇଛି । ତଦନ୍ତର ପ୍ରଥମ ଦିନରେ ହିଁ ଏନଆଇଏ ହାତରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରମାଣ ଲାଗିଛି ।ଉକ୍ତ ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଜମିସା ମୁବିନର କୋଟ୍ଟାଇମେଡୁ ଏଚଏମପିକେ ଷ୍ଟ୍ରିଟ ସ୍ଥିତ ଘରୁ ଏନଆଇଏ ବମ୍ ତିଆରି ସାମଗ୍ରୀ ଓ ଜିହାଦୀ ସାହିତ୍ୟ ଜବତ କରିଛି । ଉକ୍ତ ଘରୁ ମୋଟ ୧୦୯ଟି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ସେଗୁଡ଼ିକ ମଧ୍ୟରେ ରହିଛି ପୋଟାସିଅମ ନାଇଟ୍ରେଟ୍, ବ୍ଲାକ୍ ପାଉଡର, ୨ ମିଟରର  କ୍ରାକର ଫ୍ୟୁଜ ଲେଙ୍ଗଥ, ନାଇଟ୍ରୋ ଗ୍ଲିସେରିନ, ରେଡ୍ ଫସଫରସ, ପେଟିଏନ ପାଉଡର, ସଲଫର ପାଉଡର, ଆଲୁମିନିୟମ ପାଉଡର, ଅକ୍ସିଜେନ ସିଲିଣ୍ଡର ଆଦି ଜବତ ହୋଇଛି । ଏସବୁ ସାମଗ୍ରୀ ଏକ ବଡ଼ ଧରଣର ବିସ୍ଫୋରଣ ଘଟାଇବାକୁ ଉଦ୍ଦିଷ୍ଟ ଥିଲା ବୋଲି ସଂଦେହ କରାଯାଉଛି ।

କୋଏମ୍ବାଟୁରର ଏକ ମନ୍ଦିର ନିକଟରେ ଛିଡ଼ା ହୋଇଥିବା ଏକ କାରରେ ବିସ୍ଫୋରଣ ହୋଇଥିଲା । କାରରେ ଦୁଇଟି ଗ୍ୟାସ ସିଲିଣ୍ଡର ରଖାଯାଇଥିଲା । ଏହି ଘଟଣାରେ ଜମିସା ମୁବିନ ନିହତ ହୋଇଥିଲା । ସିସିଟିଭି ଫୁଟେଜ ଆଧାରରେ ପୁଲିସ ଏହି ବିସ୍ଫୋରଣ ମାମଲାରେ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏହି ପାଞ୍ଚ ଅଭିଯୁକ୍ତଙ୍କ ନାମ ମହମ୍ମଦ ତାଲକା, ମହମ୍ମଦ ଅଜହରୁଦ୍ଦିନ, ମହମ୍ମଦ ରିୟାଜ, ଫିରୋଜ ଇସମାଇଲ ଏବଂ ମହମ୍ମଦ ନୱାଜ ଇସମାଇଲ ।

Related Articles

Back to top button
WP Twitter Auto Publish Powered By : XYZScripts.com