ଜାତୀୟ

ତାମିଲନାଡୁରେ ଥିବା ଅରିଚଲ୍‌ ମୁନାଈ ଅଂଚଳରେ ଥିବା ରାମସେତୁଠାରେ ପୂଜା କଲେ ପ୍ରଧାନମନ୍ତ୍ରୀ ମୋଦୀ

ଉତ୍ସବ ମୁଖର ହୋଇ ଉଠିଛି ଅଯୋଧ୍ୟା ନଗରୀ। ଆଉ ମାତ୍ର କିଛି ସମୟ ପରେ ଦୀର୍ଘ ୫୦୦ ବର୍ଷ ପ୍ରତିକ୍ଷାର ଅବସାନ ଘଟିବାକୁ ଯାଉଛି। ପ୍ରାଣ ପ୍ରତିଷ୍ଠା ପାଇବେ ରାମଲାଲା। ତେବେ ଏହି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରଖିଥିବା ୧୧ ଦିନିଆ ବିଶେଷ ବ୍ରତର ଅଂଶବିଶେଷ ଭାବେ ତାମିଲନାଡୁର ଧନୁଷକୋଡ଼ୀ ଅଂଚଳ ଅନ୍ତର୍ଗତ ଅରିଚଲ୍‌ ମୁନାଈରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି।ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିବାରେ ଏହା ହେଉଛି ରାମାୟଣ ସହିତ ସମ୍ପୃକ୍ତ ଚତୁର୍ଥ ମନ୍ଦିର।

ପୁରାଣ ଅନୁଯାୟୀ ଲଙ୍କାରେ ପହଞ୍ଚିବା ଲାଗି ପ୍ରଭୁ ରାମ ଯେଉଁ ସ୍ଥାନରେ ସେତୁ ପାଇଁ ଶୁଭ ଦେଇଥିଲେ ତାହା ଏବେ ତାମିଲନାଡୁରେ ଥିବା ଅରିଚଲ୍‌ ମୁନାଈ ଅଂଚଳରେ ଅଛି। ରବିବାର ଦିନ ସେହି ସ୍ଥାନରେ ପ୍ରଧାନମନ୍ତ୍ରୀ ମୋଦୀ ପୁଷ୍ପାଞ୍ଜଳି ଦେଇଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଧନୁଷକୋଡ଼ୀ ଜିଲ୍ଲାରେ ଥିବା ଶ୍ରୀକୋଦଣ୍ଡରାମସ୍ବାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ ବୋଲି ସୂଚନା ରହିଛି। ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ତ୍ରିଚୀ ଅନ୍ତର୍ଗତ ଶ୍ରୀରଙ୍ଗମସ୍ଥିତ ଶ୍ରୀରଙ୍ଗନାଥସ୍ବାମୀ ମନ୍ଦିର ଦର୍ଶନ କରିଥିଲେ। ରାମାୟଣ ସହିତ ଜଡ଼ିତ ଏହି ପ୍ରାଚୀନ ମନ୍ଦିରରେ ପ୍ରଧାନମନ୍ତ୍ରୀ ପଣ୍ଡିତମାନେ ପାଠ କରୁଥିବା ‘କମ୍ବ’ ରାମାୟଣ ଶୁଣିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com