ବିଜ୍ଞାନ ଓ ପ୍ରଯୁକ୍ତି

ବିକ୍ରମଦେବ ମହାବିଦ୍ୟାଳୟକୁ ‘ବିଶ୍ଵବିଦ୍ୟାଳୟ’ ମାନ୍ୟତା ପ୍ରସ୍ତାବ ଅନୁମୋଦିତ

ଜୟପୁର, ୦୨/୦୨/୨୦୨୩ –    କୋରାପୁଟ ଜିଲ୍ଲା ଜୟପୁରର ବିକ୍ରମଦେବ ମହାବିଦ୍ୟାଳୟକୁ ‘ବିଶ୍ଵବିଦ୍ୟାଳୟ’ ମାନ୍ୟତା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମହାବିଦ୍ୟାଳୟ ୧୯୪୭ ମସିହାରେ ସ୍ଥାପିତ ହୋଇଥିଲା । ଚଳିତ ବର୍ଷ ଏହା ତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି ।

ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପିଜି ପାଠ୍ୟକ୍ରମ , ୧୭ଟି ୟୁଜି ପାଠ୍ୟକ୍ରମ ସହିତ BBA, BCA, ଓ B.ED ପାଠ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ୪ ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ବର୍ତ୍ତମାନ ଏହି ନୂଆ ବିଶ୍ୱବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ରାୟଗଡା ଜିଲ୍ଲାର ହଜାର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ ।

Related Articles

Back to top button
WP Twitter Auto Publish Powered By : XYZScripts.com