ବିଜ୍ଞାନ ଓ ପ୍ରଯୁକ୍ତି

+୨ ପରୀକ୍ଷା ଫର୍ମ ପୂରଣ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର, ୦୭/୧୧/୨୦୨୨ –    ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ +୨ ପରୀକ୍ଷା ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯୁକ୍ତ ୨ର କଳା, ବିଜ୍ଞାନ, ବାଣିଜ୍ୟ ସହ ଧନ୍ଦାମୂଳକ ପରୀକ୍ଷା ପାଇଁ ଫର୍ମ ପୂରଣ କରାଯିବ । ଆବଶ୍ୟକୀୟ କାଗଜପତ୍ର ସହ ତ୍ରୁଟିଶୂନ୍ୟ ଭାବେ ଫିଲାଙ୍କ ଫର୍ମ ପୂରଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଉଐଝଋର ପରୀକ୍ଷା ନିୟନ୍ତ୍ରକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷକ ମାନଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଚଳିତ ଥର ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ପାଇଁ ୪ ପର୍ଯ୍ୟାୟ ବିଶିଷ୍ଟ ଫର୍ମ ପୂରଣ ପାଇଁ କାର୍ଯ୍ୟସୂଚୀ ରଖାଯାଇଛି ।

ପ୍ରଥମ ପର୍ଯ୍ୟାୟରେ ୧୪ ରୁ ୧୯ ତାରିଖ ମଧ୍ୟରେ ଫର୍ମ ପୂରଣ କରାଯିବ । ଏହି ପର୍ଯ୍ୟାୟରେ ଫର୍ମ ପୂରଣ କରିଥିବା ଛାତ୍ରଛାତ୍ରୀମାନେ ୨୧ ତାରିଖରୁ ୨୩ ତାରିଖ ଭିତରେ ପରୀକ୍ଷା ଫି’ ଦାଖଲ କରିବେ । ଯଦି ଏହି ପର୍ଯ୍ୟାୟରେ କୌଣସି ଛାତ୍ରଛାତ୍ରୀ ଫର୍ମ ପୂରଣ କରି ନଥିବେ ତେବେ ସେମାନେ ୨୪ରୁ ୨୬ ତାରିଖ ଭିତରେ ୧୦୦ ଟଙ୍କା ଜରିମାନା ଦେଇ ଫର୍ମ ଭରି ପାରିବେ । ସେହିପରି ତୃତୀୟ ପର୍ଯ୍ୟାୟରେ ୨୮ ରୁ ୩୦ ତାରିଖ ମଧ୍ୟରେ ୪୫୦ ଟଙ୍କା ଜୋରିମନା ଦେଇ ଫର୍ମ ପୂରଣ କରିପାରିବେ । ଏହାପରେ ବି ଯଦି କୌଣସି ଛାତ୍ରଛାତ୍ରୀ ଫର୍ମପୂରଣ କରି ନାହାନ୍ତି ତେବେ ଶେଷ ସୁଯୋଗ ଭାବେ ଡିସେମ୍ବର ୧ ରୁ ୩ ତାରିଖ ମଧ୍ୟରେ ଜରିମାନା ଦେଇ ଫର୍ମ ପୂରଣ କରାଯାଇ ପାରିବ । ଏହା ସହ ପ୍ରାକ୍ଟିକାଲ ପେପର ପିଛା ୪୦ଟଙ୍କା ଫିସ୍ ଧାର‌୍ୟ୍ୟ କରାଯାଇଛି । ଏହି ସମସ୍ତ ଫର୍ମ ଭରିବା ପ୍ରକ୍ରିୟା କଲେଜର ସାମ୍ସ ପୋର୍ଟାଲ ଜରିଆରେ କଲେଜ କର୍ତ୍ତୃପକ୍ଷ କରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com