ବିଜ୍ଞାନ ଓ ପ୍ରଯୁକ୍ତି

ବ୍ୟାଙ୍କ ଆକାଉଣ୍ଟର ସୁରକ୍ଷା ପାଇଁ ଆଧାର କାର୍ଡକୁ କରନ୍ତୁ ଲକ୍, ଜାଣନ୍ତୁ ଏହାର ସହଜ ଉପାୟ

ନୂଆଦିଲ୍ଲୀ: ଦେଶରେ ପରିଚୟ ପ୍ରମାଣ ପାଇଁ ଆଧାରକାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବେ ବ୍ୟବହୃତ ହେଉଛି । ଆଧାରରେ ସମ୍ବେଦନଶୀଳ ସୂଚନା ରହୁଛି । ଏଥିପାଇଁ ଏହାକୁ ସୁରକ୍ଷିତ ରଖିବା ଜରୁରୀ । ଆଧାର କାର୍ଡ ପାଇଁ ଆବେଦନ କରୁଥିବା ବେଳେ ଲୋକମାନେ ଆଖି ଓ ଫିଙ୍ଗରପ୍ରିଣ୍ଟ ସ୍କାନ ଡାଟା ଦେବାକୁ ପଡିଥାଏ । ଅନ୍ୟାନ୍ୟ ସେବା ବ୍ୟବହାର କରିବାବେଳେ ପରିଚୟ ଯାଞ୍ଚ କରିବା ପାଇଁ ଏହି ବାୟୋମେଟ୍ରିକ୍ ସୂଚନା ବ୍ୟବହୃତ ହୁଏ ।
UIDAI ସର୍ଭରରେ ଆପଣଙ୍କର ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ କରି ଆପଣ ଆପଣଙ୍କର ଆଧାର କାର୍ଡକୁ ସୁରକ୍ଷିତ ରଖିପାରିବେ । ଯେତେବେଳେ ବି ଆବଶ୍ୟକ ପଡିବ, ଆପଣ ଏହାକୁ ଅନଲକ୍ କରିପାରିବେ । ଅନଲାଇନରେ ଆପଣଙ୍କର ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ କରିବା ପାଇଁ
କିଛି ସହଜ ଟିପ୍ସ ଦେଖନ୍ତୁ:-
୧ – ସର୍ବପ୍ରଥମେ ଆପଣ UIDAI ୱେବସାଇଟକୁ ଯାଆନ୍ତୁ । ମୋ ଆଧାର ଏବଂ ଆଧାର ସେବା ଅଧୀନରେ ଆଧାର ଲକ୍ ଓ ଅନଲକ୍ ସେବା ଉପରେ କ୍ଲିକ୍ କରନ୍ତୁ ।
୨ – ଆପଣଙ୍କର ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ କରିବା ପାଇଁ ଲକ୍ ୟୁଆଇଡି ଚୟନ କରନ୍ତୁ ।
୩ – ୧୨ ଅଙ୍କ ବିଶିଷ୍ଟ ଆଧାର ସଂଖ୍ୟା ପ୍ରବେଶ କରନ୍ତୁ ।
୪ – ଆପଣଙ୍କର ପୂର୍ଣ୍ଣ ନାମ ଏବଂ ପିନକୋଡ୍ ଏଣ୍ଟର କରନ୍ତୁ ।
୫ – ବର୍ତ୍ତମାନ ସୁରକ୍ଷା କୋଡ୍ ଏଣ୍ଟର କରନ୍ତୁ ।
୬ – ପଠାଇଥିବା ଓଟିପି ଉପରେ କ୍ଲିକ୍ କରନ୍ତୁ ଏବଂ ଏଣ୍ଟର୍ କରନ୍ତୁ ।
୭- ପଞ୍ଜୀକୃତ ମୋବାଇଲ୍ ନମ୍ବରରେ ଏସଏମଏସ ମାଧ୍ୟମରେ ଓଟିପି ପଠାଯିବ ।
୮ – ଯାଞ୍ଚ ହେବା ପରେ ସ୍କ୍ରିନ୍ ଉପରେ ଏକ ମେସେଜ ମିଳି । ଯେଉଁଥିରେ ଲେଖାଯିବ ଯେ, ଆପଣଙ୍କର ଆଧାର ନମ୍ବର ସଫଳତାର ସହିତ ଲକ୍ ହୋଇଛି ।
ଅନଲାଇନରେ ଆଧାର ବାୟୋମେଟ୍ରିକ୍ ଡାଟା ଅନଲକ୍ କରିବାକୁ ଟିପ୍ସ:-
୧ – UIDAI ୱେବସାଇଟ୍ ଯାଆନ୍ତୁ । ମୋ ଆଧାର ଏବଂ ଆଧାର ସେବା ଅଧୀନରେ, ଆଧାର ଲକ୍ ଏବଂ ଅନଲକ୍ ସେବା ଉପରେ କ୍ଲିକ୍ କରନ୍ତୁ ।
୨ – ଆଧାର ନମ୍ବର କିମ୍ବା ଭର୍ଚୁଆଲ୍ ଆଇଡି ନମ୍ବର ଏଣ୍ଟର କରନ୍ତୁ ।
୩ – ଯାଞ୍ଚ ପାଇଁ କ୍ୟାପଚା କୋଡ୍ ଏଣ୍ଟର କରନ୍ତୁ ।
୪ – ଓଟିଟି ସେଣ୍ଡ ଉପରେ ଉପରେ କ୍ଲିକ୍ କରନ୍ତୁ ।
୫ – ଓଟିପି ଏଣ୍ଟର କରନ୍ତୁ ଏବଂ ସବମିଟ ଉପରେ କ୍ଲିକ୍ କରନ୍ତୁ ।
ବାୟୋମେଟ୍ରିକ୍ ତଥ୍ୟକୁ ଲକ୍ ଏବଂ ଅନଲକ୍ କରିବାକୁ, ଆପଣଙ୍କୁ ଏକ ଭର୍ଚୁଆଲ୍ ଆଇଡି ସୃଷ୍ଟି କରିବାକୁ ପଡିବ । ୟୁଆଇଡିଆଇ ୱେବସାଇଟ୍ ଯାଇ ଭର୍ଚୁଆଲ୍ ଆଇଡିକୁ ପ୍ରାପ୍ତ କରିପାରିବେ । ଆପଣ ୧୯୪୭ ରେ ମେସେଜ ପଠାଇ ମଧ୍ୟ ଏହାକୁ ପାଇପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com