ବିଜ୍ଞାନ ଓ ପ୍ରଯୁକ୍ତି

ମାଗଣା ସିଭିଲ ସର୍ଭିସ କୋଚିଂ ପାଇଁ ଠାରୁ ଆବେଦନ ଆରମ୍ଭ

ଭୁବନେଶ୍ୱର, ୧୮/୦୨/୨୦୨୩ –    ଆର୍ଥିକ ଅନଗ୍ରସର ବର୍ଗର ମେଧାବୀ ପିଲାଙ୍କୁ ମାଗଣାରେ ପୁନଶ୍ଚ ସିଭିଲ ସର୍ଭିସ କୋଚିଂ ଦେବେ ରାଜ୍ୟ ସରକାର । ଏହି ସୁବିଧା ପାଇବାପାଇଁ ହେଲେ ଏକ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିବ । ଏହି ପରୀକ୍ଷାରେ ଯେଉଁମାନେ ମନୋନୀତ ହେବେ, ସେମାନେ ସରକାରଙ୍କ ଠାରୁ ମାଗଣା ସିଭିଲ ସର୍ଭିସ କୋଚିଂ ପାଇବେ । ଏଥର ୨୦୦ ସିଭିଲ ସର୍ଭିସ ଆଶାୟୀଙ୍କୁ ମାଗଣା କୋଚିଂ ଦିଆଯିବ ।

ଏଥିପାଇଁ  ଶନିବାର ଠାରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ୧୬ ତାରିଖରୁ ଆଡ଼ମିଟ କାର୍ଡ ଡାଉନଲୋଡ କରି ୨୬ରେ ପରୀକ୍ଷା ଦେବେ । ୨ଘଣ୍ଟା ହେବାକୁ ଥିବା ଏହି ପ୍ରବେଶିକା ପରୀକ୍ଷାରେ ଅବଜେକ୍ଟିଭ ପ୍ରଶ୍ନ ପଡ଼ିବ ।

ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ମେଧାବୀଙ୍କୁ ଏହି ଯୋଜନାରେ ପ୍ରଶିକ୍ଷଣ ଦିଆଯିବ। କେନ୍ଦ୍ରୀୟ ଲୋକସେବା ଆୟୋଗ UPSC ଦ୍ୱାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା (ପ୍ରିଲିମ/ମୁଖ୍ୟ) ପାଇଁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା କୋଚିଂ ଦିଆଯିବ । ଏହି ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଷ୍ଟେଟ ସିଲେକ୍ସନ ବୋର୍ଡକୁ ଚିଠି ଲେଖାଯାଇଛି । ପରୀକ୍ଷା କିପରି ହେବ ସେ ନେଇ ଗାଇଡଲାଇନ ମଧ୍ୟ ପ୍ରସ୍ତୁତ ହେଇଛି ।

ତେବେ ମାଗଣା କୋଚିଂ ଲାଗି ଆଶାୟୀଙ୍କ ଅଭିଭାବକଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ କମ୍‌‌ ଆୟ ହୋଇଥିବା ଆବଶ୍ୟକ ଥିବାବେଳେ ମାଗଣା କୋଚିଂ ଲାଗି ଚୟନ ହେବାକୁ ଥିବା ପିଲାମାନେ କୋଚିଂ ନେବା ଦିନଠାରୁ ୨ ବର୍ଷ ପର୍ଯ୍ୟନ୍ତ ମାଗଣାରେ ପାଠ ପଢ଼ିବେ।

Related Articles

Back to top button
WP Twitter Auto Publish Powered By : XYZScripts.com