ବିଜ୍ଞାନ ଓ ପ୍ରଯୁକ୍ତି

ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେଲେ ପୋଲିସ

ଭୁବନେଶ୍ୱର, ୨୬/୦୧/୨୦୨୩ –    ସାଧାରଣତନ୍ତ୍ର ଦିବସ ଅବସରରେ ପୋଲିସ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ, ସାହାସିକତା ଓ ବିଶିଷ୍ଟ ସେବା ପାଇଁ ୩୪ ଜଣ ପୋଲିସ ମେଡାଲ ପାଇଛନ୍ତି । ବିଶିଷ୍ଟ ସେବା ପାଇଁ ଟୁଇନ ସିଟି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ସିକ୍ୟୁରିଟି ୱିଙ୍ଗ ଏସପି ସରୋଜ କୁମାର ମହାପାତ୍ର ରାଷ୍ଟ୍ରପତି ପୋଲିସ ପଦକ ପାଇଛନ୍ତି ।

ସେହିଭଳି ଓଡିଶା ସରକାରଙ୍କ ଆବାସିକ କମିଶନର ରବିକାନ୍ତ ଓ ଭିଜିଲାନ୍ସ ଆଇଜି ସଞ୍ଜୟ କୁମାର କୌଶଲଙ୍କୁ ରାଜ୍ୟପାଳ ମେଡାଲ ମିଳିଛି । କ୍ୟାଟାଗୋରୀ ୨ରେ ପାଇଛନ୍ତି ପୁରୀ S.P କନୱାର ବିଶାଲ ସିଂ ଓ କଟକ ଷଷ୍ଠ ବାଟାଲିୟନର କମାଣ୍ଡାଣ୍ଟ ବିଜୟ ଚନ୍ଦ୍ର ପ୍ରଧାନ । ସେହିଭଳି କଟକ ଜୋନ A.C.Pଙ୍କ ସହ ଅନ୍ୟମାନଙ୍କୁ ରାଜ୍ୟପାଳ ପୋଲିସ ମେଡାଲରେ ସମ୍ମାନିତ କରାଯାଇଛି । ସେହିଭଳି ସାହାସିକତା ପାଇଁ ଦୁଇ ଜଣ SOG କମାଣ୍ଡୋ କୁମାର କର୍ମୀ ଓ ପୀତବାସ ପାଣ୍ଡେଙ୍କୁ ପୁରସ୍କୃତ କରାଯାଇଛି ।

ସେହିପରି ଉଲ୍ଲେଖନୀୟ ସେବା ପାଇଁ ୧୦ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ସେମାନେ ହେଲେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ D.S.P ଗୁରୁ ପ୍ରସାଦ ଶିବ ଶଙ୍କର ନନ୍ଦ, ରାଉରକେଲା D.S.P ବନିତା ମାଝୀ , ଭିଜିଲାନ୍ସ ଅତିରିକ୍ତ S.P ପ୍ରକାଶ କୁମାର ନାୟକ, କ୍ରାଇମବ୍ରାଞ୍ଚ S.I ଏନ. ତ୍ରିନାଥ ଦୋରା, ସମ୍ବଲପୁର ସ୍ପେଶାଲ ସ୍କ୍ବାଡ A.S.I ମହମ୍ମଦ ଜାହାଙ୍ଗୀର, ଅନୁଗୁଳର ହାବିଲଦାର ହୃଷିକେଶ ବାରିକ, ଝାରସୁଗୁଡା ବାଟାଲିୟନ ହାବିଲଦାର ବିଷ୍ଣୁ କୁମାର ବୁରା, କୋରାପୁଟ SOGର ବସନ୍ତ କୁମାର ଡାକୁଆ, କୋରାପୁଟ ତୃତୀୟ ବାଟାଲିୟନର ପ୍ରଶାନ୍ତ ପରିଡା ଓ ରାଉରକେଲା DFSLର କନଷ୍ଟେବଲ ଅଞ୍ଜନ ମହାନ୍ତି ।

ଲୋକସେବା କନଭେନସନ ସେଣ୍ଟରରେ ଆୟୋଜିତ ରାଜ୍ୟସ୍ତରୀୟ ପୋଲିସ ମେଡାଲ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ସମ୍ମାନିତ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com