ବିଜ୍ଞାନ ଓ ପ୍ରଯୁକ୍ତି

ପୋଲିସ ବିଭାଗରେ ସବ ଇନ୍ସପେକ୍ଟର ପଦ ପାଇଁ ବିଜ୍ଞପ୍ତି

ପୋଲିସ ବିଭାଗରେ ସବଇନ୍ସପେକ୍ଟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ତାମିଲନାଡୁ ୟୁନିଫର୍ମଡ ସର୍ଭିସେସ ରିକ୍ର୍ୟୁଟମେଣ୍ଟ ବୋର୍ଡ (TNUSRB) । ତାମିଲନାଡୁର ସ୍ୱତନ୍ତ୍ର ପୋଲିସ ଏବଂ ବିଭିନ୍ନ ପଦବୀରେ ପ୍ରାର୍ଥୀ ଚୟନ କରାଯିବ । ଇଚ୍ଛୁକ ଏବଂ ଆଶାୟୀ ପ୍ରାର୍ଥୀ TNUSRB ର ଅଫିସିଆଲ ୱେବସାଇଟ tnusrb.tn.gov.in ମାଧ୍ୟମରେ ଆବେଦନ କରି ପାରିବେ । ଏହାବ୍ୟତୀତ ଲିଙ୍କ ଦ୍ୱାରା ମଧ୍ୟ ଆବେଦନ କରିପାରିବେ ଆଶାୟୀ ପ୍ରାର୍ଥୀ ।
ଏହି ଆବେଦନ ଦ୍ୱାରା ମୋଟ ୪୪୪ ପଦ ପାଇଁ ପ୍ରାର୍ଥୀ ଚୟନ କରାଯିବ । ଏହି ପଦବୀ ପାଇଁ ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୮ ରୁ ଆରମ୍ଭ ହୋଇ ୭ ଏପ୍ରିଲ ପର୍ଯ୍ୟନ୍ତ ଚାଲୁ ରହିବ । ଏହାରି ମଧ୍ୟରେ ପ୍ରାର୍ଥୀମାନେ ଆବେଦ କରିପାରିବେ । ତେବେ ୪୪୪ ପଦ ମଧ୍ୟରୁ ସବଇନ୍ସପେକ୍ଟର(ତାଲୁକା) ପଦବୀରେ ୩୯୯ଜଣଙ୍କୁ ଚୟନ କରାଯିବା ସହ ୪୫ ଜଣ ଏ.ଆର ପୋଲିସ ସବଇନ୍ସପେକ୍ଟର ପଦବୀରେ ସାମିଲ ହେବେ । ତେବେ ଏଥିପାଇଁ ପ୍ରାର୍ଥୀମାନଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ପାସ କରିଥିବା ଆବଶ୍ୟକ । ଏହା ସହିତ ତାମିଲନାଡୁର ବୈଷୟିକ ଶିକ୍ଷା ବୋର୍ଡ ଦ୍ୱାରା ପୁରସ୍କୃତ ଇଲେକ୍ଟୋନିକ୍ସ ଆଣ୍ଡ ଇଞ୍ଜିନିୟରିଂରେ ଇଲେକ୍ଟ୍ରୋନିକ୍ସ ଏବଂ କମ୍ୟୁନିକେସନ ଇଞ୍ଜିନିୟରିଂରେ ଡିଗ୍ରୀରେ ପ୍ରାର୍ଥୀମାନେ ଅନ୍ୟୁନ ଦ୍ୱିତୀୟ ଶ୍ରେଣୀ ଡିପ୍ଲୋମା ରହିବା ଉଚିତ । ଏସ.ଆଇ ପାଇଁ ପ୍ରାର୍ଥୀଙ୍କ ବୟସସୀମା ୨୦-୩୦ ବର୍ଷ ମଧରେ ହୋଇଥିବା ଆବଶ୍ୟକ ।

Related Articles

Back to top button
WP Twitter Auto Publish Powered By : XYZScripts.com