ବିଜ୍ଞାନ ଓ ପ୍ରଯୁକ୍ତି

ଚଳିତ ମାସରୁ ଆରମ୍ଭ ହେବ 5G ଇଣ୍ଟରନେଟ୍ ସେବା

ଦେଶରେ ୫-ଜି ଟେଲିକମ ସେବା ଆରମ୍ଭ କରିବା ନେଇ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ୫-ଜି ସ୍ପେକ୍ଟ୍ରମର ନିଲାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ କ୍ୟାବିନେଟର ମଞ୍ଜୁରୀ ବିଳିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ସବୁ ଠିକ ହୁଏ, ତେବେ ଚଳିତ ବର୍ଷ ଦୀପାବଳି ସୁଦ୍ଧା ଦେଶବାସୀ ୫-ଜି ଟେଲିକମ ସେବା ପାଇପାରିବାର ସମ୍ଭାବନା ରହିଛି। ୨୦ ବର୍ଷ ଧରି ଏହି ସେବାଗୁଡିକ ପରିଚାଳନା କରିବାକୁ, ସରକାର ଜୁଲାଇ ଶେଷ ସୁଦ୍ଧା ମୋଟ ୭୨୦୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ କରିବେ। ଟେଲିକମ ବିଭାଗର ସ୍ପେକ୍ଟ୍ରମ ନିଲାମ ପାଇଁ ପ୍ରସ୍ତାବକୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଅନୁମୋଦନ କରାଯାଇଛି। ନିଲାମରେ ସଫଳ ବିଡରମାନେ ଦେଶର ଜନସାଧାରଣ ତଥା ଉଦ୍ୟୋଗମାନଙ୍କୁ ୫-ଜି ଟେଲିକମ ସେବା ଯୋଗାଇବା ପାଇଁ ଲାଇସେନ୍ସପ୍ରାପ୍ତ ସ୍ପେକ୍ଟ୍ରମ ପାଇବେ।  ଟେଲିକମ ମନ୍ତ୍ରଣାଳୟ ଚଳିତ  ସପ୍ତାହରୁ ଆଗ୍ରହୀ ଟେଲିକମ କମ୍ପାନୀଗୁଡିକର ଆବେଦନଗୁଡିକୁ ଆମନ୍ତ୍ରଣ କରିବେ। ଜୁଲାଇ ଶେଷ ସୁଦ୍ଧା ନିଲାମ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ସ୍ପେକ୍ଟ୍ରମର ମୋଟ ମୂଲ୍ୟ ୫ ଲକ୍ଷ କୋଟିରେ ରଖାଯାଇଛି। ଏହା ଅଧୀନରେ ସରକାର ନଅଟି ସ୍ପେକ୍ଟ୍ରମ ନିଲାମ କରିବେ। ଏହି ନିଲାମ ୨୦ ବର୍ଷ ପାଇଁ କରାଯିବ

Related Articles

Back to top button
WP Twitter Auto Publish Powered By : XYZScripts.com