Breaking NewsFeaturedଅନ୍ତର୍ଜାତୀୟଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ସେନାରେ ସାମିଲ୍‌ ହେବ ଆଉ ୨୬ଟି ରାଫେଲ୍‌, ୩ଟି ବୁଡ଼ାଜାହାଜ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସେନାରେ ସାମିଲ୍‌ ହେବ ଆଉ ୨୬ଟି ରାଫେଲ୍‌। ଏସବୁ କିଣା ହେବ ଫ୍ରାନ୍ସରୁ। ଫ୍ରାନ୍ସ ଠାରୁ ଭାରତୀୟ ସେନା ଲାଗି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସଂଯୁକ୍ତ ୨୬ଟି ରାଫେଲ୍ କିଣାଯିବ । ଯେଉଁଥିପାଇଁ କ୍ରିଉ ଟ୍ରେନିଂ ଓ ଲଜିଷ୍ଟିକ୍ ସହାୟତା ଯୋଗାଇବ ନୌସେନା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ରକ୍ଷା ଅଧିଗ୍ରହଣ ପରିଷଦରେ ନିଆଯାଇଛି ଏଭଳି ନିଷ୍ପତ୍ତି। ମୋଟ ୩ଟି ପ୍ରସ୍ତାବକୁ ଅନୁମୋଦନ କରିଛି ପରିଷଦ।

ଏଥିସହ ୩ଟି ସ୍କୋର୍ପେନ୍ ସବମେରାଇନ୍ (ବୁଡ଼ାଜାହାଜ) କିଣିବା ଲାଗି ନିଷ୍ପତ୍ତି ହୋଇଛି । ଯାହାକୁ ମାଜାଗନ ଡକ୍ ସିପବିଲ୍ଡର୍ସ ଲିମିଟେଡ୍ ତିଆରି କରିବ। ଏଥିରେ ସ୍ୱଦେଶୀ ଜ୍ଞାନକୌଶଳର ଉପଯୋଗ କରାଯିବ । ଏହାଦ୍ୱାରା ଘରୋଇ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଆତ୍ମନିର୍ଭର ଭାରତ ଅଧୀନରେ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ରକ୍ଷା ଅଧିଗ୍ରହଣ ପରିଷଦ ନିଷ୍ପତ୍ତି ଗ୍ରହଣ କରିଛି । ସମସ୍ତ କ୍ଷେତ୍ରରେ ସ୍ୱଦେଶୀ ନିର୍ମାଣ ପାଇଁ ଗାଇଡଲାଇନ୍ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି ରକ୍ଷା ଅଧିଗ୍ରହଣ ପରିଷଦ।

Related Articles

Back to top button
WP Twitter Auto Publish Powered By : XYZScripts.com