Breaking NewsFeatured

ସାମ୍ବାଦିକଙ୍କୁ ଆଇଏନଡିଆଇଏ ମେଣ୍ଟର ବର୍ଜନ

ଆଇଏନଡିଆଇଏ ମେଂଟର ମିଡିଆ ରଣନୀତି । ୯ଟି ଟିଭି ଚ୍ୟାନେଲର ୧୪ ଜଣ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବୟକଟ କରିବ ମେଂଟ । ଏନେଇ ବିଜେପି ବିରୋଧରେ ଗଠନ ହୋଇଥିବା ଇଣ୍ଡିଆ ମେଂଟ ଗୁରୁବାର ଘୋଷଣା କରିଛି । ଆପ ନିଜର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ପୋଷ୍ଟ କରିଥିବା ବେଳେ କଂଗ୍ରେସ ନେତା ପୱନ ଖେଡା ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏନେଇ ପୋଷ୍ଟ କରିଛନ୍ତି । ଯେଉଁଥିରେ ୯ଟି ଟିଭି ଚ୍ୟାନେର ୧୪ ଜଣଙ୍କ ଆଙ୍କରମାନଙ୍କ ତାଲିକା ଜାରି କରିଛି । ତେବେ ଜାରି ହୋଇଥିବା ଏହି ତାଲିକାରେ ରହିଛନ୍ତି ଭାରତ ଏକ୍ସପ୍ରେସର ଆଦିତ୍ୟ ତ୍ୟାଗି, ନୁ୍ୟଜ ୧୮ର ଅମନ ଚୋପ୍ରା ଅମିଷ ଦେବଗନ ଏବଂ ଆନନ୍ଦ ନରସିଂହା, ରିପବ୍ଲିକ ଭାରତର ଅର୍ନବ ଗୋସ୍ୱାମୀ, ଡିଡି ନୁ୍ୟଜର ଅଶୋକ ଶ୍ରୀବାସ୍ତବ, ଆଜ ତକର ସୁଧୀର ଚୌଧୁରୀ ଏବଂ ଚିତ୍ରା ତ୍ରିପାଠୀ, ଭାରତ ୨୪ର ରୁବିକା ଲିୟାକତ, ଇଣ୍ଡିଆ ଟୁଡେର ଗୌରବ ସାୱନ୍ତ ଏବଂ ଶିବ ଅରୁର, ଇଣ୍ଡିଆ ଟିଭିର ପ୍ରାଚୀ ପରାଶର, ଟାଇମ୍ସ ନାଓ ନବଭାରତର ନବିକା କୁମାର ଏବଂ ସୁଶାନ୍ତ ସିହ୍ନା ଙ୍କୁ ଆଇଏନଡିଆଇଏ ।

ମେଣଂଟ ପକ୍ଷରୁ ବୟକଟ କରାଯାଇଛି । ଆଇଏନଡିଆଇଏ ମେଂଟର ଗଣମାଧ୍ୟମ କମିଟି ଏହି ସାମ୍ବାଦିକ ମାନଙ୍କ କାର୍ଯ୍ୟକ୍ରମକୁ ବର୍ଜନ କରିବା ସହ ସେମାନଙ୍କ ଦ୍ୱାରା ବିଭିନ୍ନ ଚ୍ୟାନେଲ ଏବଂ ମଞ୍ଚରେ ହେଉଥିବା ଆଲୋଚନା କାର୍ଯ୍ୟକ୍ରମକୁ ପ୍ରତିନିଧି ନ ପଠେଇବା ପାଇଁ ନିଷ୍ପତ୍ତି ହୋଇଛି । ଏହାକୁ ନେଇ କଂଗ୍ରେସ ମୁଖପାତ୍ର ପୱନ ଖେଡା ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି ଆଇଏନଡିଆଇଏ ମେଂଟର ଏହି ନିଷ୍ପତ୍ତି ଠିକ ବୋଲି କହିଛନ୍ତି । ସେ କହିଛନ୍ତି କିଛି ଟିଭି ଚ୍ୟାନେଲ ଗତ ୯ ବର୍ଷ ଧରି ଘୃଣାର ବଜାର ଖୋଲିଛନ୍ତି । ଆଇଏନଡିଆଇଏ ମେଣଂଟ ସମାଜର ଅବକ୍ଷୟ କରୁଥିବା ଏହି ଚ୍ୟାନେଲଗୁଡିକୁ ଆଉ ସୁଯୋଗ ଦେବନାହିଁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ସମାଜରେ ଘୃଣା ସୃଷ୍ଟି କରୁଥିବା ଯେକୌଣସି କାର୍ଯ୍ୟକ୍ରମରେ ଆଇଏନଡିଆଇଏ ମେଂଟ ପକ୍ଷ ହେବାକୁ ଚାହେଁ ନାହିଁ ।

ଆଇଏନଡିଆଇଏ ମେଂଟର ଏହି ନିଷ୍ପତ୍ତି କୁ ବିଜେପି ଇମର୍ଜେନ୍ସି ସହ ତୁଳନା କରିଛି । କେନ୍ଦ୍ରମନ୍ତ୍ରୀ ହରଦୀପ ପୁରୀ ଇଣ୍ଡିଆ ମେଂଟର ଏହି ନିଷ୍ପତ୍ତିକୁ ନେଇ କହିଛନ୍ତି, ୧୯୭୫ରେ ଦେଶରେ ଜରୁରୀ ପରିସ୍ଥିତି ଜାରି ହେବା ସମୟରେ ବି ବ୍ୟକ୍ତି ସ୍ୱାଧୀନତା ଉପରେ ଏଭଳି ଅଙ୍କୁଶ ଲାଗିନଥିଲା ।ସେହିପରି ଏହି ପ୍ରସଙ୍ଗରେ ବିଜେପି ମୁଖ୍ୟ ଜେପି ନଡ୍ଡା ମଧ୍ୟ ବିରୋଧୀ ଆଇଏନଡିଆଇଏ ମେଂଟକୁ ଘେରିଛନ୍ତି । ବିରେଧୀ ଆଇଏନଡିଆଇଏ ମେଂଟ ଗଣମାଧ୍ୟମ ଏବଂ ସାମ୍ବାଦିକ ମାନଙ୍କୁ ଧମକାଉଛନ୍ତି ବୋଲି ସେ କହିଛନ୍ତି । ସେହିପରି ନଡ୍ଡା ନିଜ ଟ୍ୱିଟକ ଆକାଉଣ୍ଟରେ ଏକ ପୋଷ୍ଟ କରି କଂଗ୍ରେସ ଉପରେ ଖୁବ ବର୍ଷିଛନ୍ତି । ନଡ୍ଡା କହିଛନ୍ତି କଂଗ୍ରେସ ଭିନ୍ନ ମତ ରଖୁଥିବା ଲୋକଙ୍କୁ ନିରବ କରିବାର ଉନେକ ଉଦାହରଣ ରହିଛି ।ସେହିପରି ଗତ କିଛି ବର୍ଷ ହେବ ନୁ୍ୟଜ ଚ୍ୟାନେଲର ଆଙ୍କର ମାନେ ତର୍କ ମାଧ୍ୟମରେ ଘୃଣା ସୃଷ୍ଟି କରୁଥିବା କୁହାଯାଉଥିଲା । ଯେଉଁଥି ପାଇଁ ବୁଧବାର ଆଇଏନଡିଆଇଏ ମେଣଂଟର ପ୍ରଥମ ସମନ୍ୱୟ କମିଟି ବୈଠକରେ ୧୪ ଜଣ ଟିଭି ଆଙ୍କରଙ୍କ କାର୍ଯ୍ୟକ୍ରମକୁ ବୟକଟ କିବାକୁ ମେଂଟ ନିଷ୍ପତ୍ତି ନେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com