Breaking NewsFeaturedଅନ୍ତର୍ଜାତୀୟଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ଚନ୍ଦ୍ରଯାନ-୩ ମିସନକୁ ଲିଡ୍‌ କରୁଛନ୍ତି ରକେଟ୍ ଓମେନ୍, ଜାଣନ୍ତୁ ପୂରା ରିପୋର୍ଟ

୧୪ ଜୁଲାଇ ୨୦୨୩ ଭାରତ ପାଇଁ ବଡ଼ ଗର୍ବ-ଗୌରବର ବିଷୟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ୧୪ ଜୁଲାଇ ୨୦୨୩, ଆଜି ଭାରତ ପାଇଁ ବଡ଼ ଗର୍ବର କଥା । ସାରା ବିଶ୍ୱର ନଜର ରହିଛି ଭାରତ ଉପରେ । କାରଣ ଶୁକ୍ରବାର ଅପରାହ୍ନ ୨ଟା ୩୫ରେ ଚନ୍ଦ୍ରଯାନ-୩ର ଲଞ୍ଚ ହେବାକୁ ଯାଉଛି । ଆନ୍ଧ୍ରପ୍ରଦେଶ ସ୍ଥିତ ଶ୍ରୀହରି କୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପ୍ରେରଣ କରାଯିବ ତୃତୀୟ ଥର ପାଇଁ ଚନ୍ଦ୍ରଯାନ। ଏହି ଚନ୍ଦ୍ରଯାନ ବା ଚନ୍ଦ୍ରାୟନ-୩ର ପ୍ରତ୍ୟେକ ଜିନିଷ ବହୁ ଗୁରୁତ୍ୱ ବହନ କରୁଥିବା ବେଳେ ଏହାକୁ ପରିଚାଳନା କରୁଥିବା ରକେଟ୍ ଓମେନ୍ ଏବେ ସବୁଠାରୁ ଅଧିକ ଚର୍ଚ୍ଚାର କାରଣ ପାଲଟିଛନ୍ତି । ଆସନ୍ତୁ ଜାଣିବା କିଏ ଏହି ରକେଟ୍‌ ଓମେନ୍‌…

ଏହି ରକେଟ୍ ଓମେନ୍ ହେଉଛନ୍ତି ବୈଜ୍ଞାନିକ ରୀତୁ କରିଦାଲ ଶ୍ରୀବାସ୍ତବ । ଚନ୍ଦ୍ରାୟନ-୩ରେ ଲ୍ୟାଣ୍ଡିଂ ଦାୟିତ୍ୱ ନିଜ କାନ୍ଧରେ ବହନ କରିଥିବା ରୀତୁ ଭାରତର ଏହି ମିସନରେ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଛନ୍ତି । ଲକ୍ଷ୍ନୌରେ ରହୁଥିବା ତଥା ସେଠାରେ ବଢିଥିବା ରୀତୁ ଶ୍ରୀବାସ୍ତବ ପୂର୍ବରୁ ମଙ୍ଗଳୟାନରେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦିତ କରିସାରିଛନ୍ତି । ସେଥିରେ ସେ ଡେପୁଟି ଅପରେସନ୍ ଡାଇରେକ୍ଟର ଭାବେ କାର୍ଯ୍ୟ କରିସାରିଛନ୍ତି । ଏଥି ସହିତ ମିଶନ ଚନ୍ଦ୍ରୟାନ-୨ରେ ରୀତୁ କରିଦାଲଙ୍କ କମାଲ ଦେଖିବାକୁ ମିଳିଥିଲା। ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ରୀତୁ ନବଯୁଗ କନ୍ୟା ମହାବିଦ୍ୟାଳୟରୁ ପାଠପଢ଼ା ସାରିବା ପରେ ୧୯୯୬ ଲକ୍ଷ୍ନୌ ୟୁନିଭରସିଟିରୁ ଭୌତିକ ବିଜ୍ଞାନରେ ଏମ୍‌ଏସ୍‌ସି ଡିଗ୍ରୀ ହାସଲ କରିଛନ୍ତି । ୬ ମାସ ଗବେଷଣା ପରେ ସେ ଅନେକ ତଥ୍ୟ ହାସଲ କରିଥିଲେ ଓ ନିଜ କ୍ୟାରିୟରରେ ଆଗକୁ ବଢ଼ିବାକୁ ସୁଯୋଗ ପାଇଥିଲେ । ସେ ମହାକାଶ ବିଜ୍ଞାନ ଏବଂ ମହାକାଶ ପ୍ରତି ଆଗ୍ରହୀ ଥିଲେ, ତେଣୁ ସେ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ଆଡମିସନ ନେଇଥିଲେ ଏବଂ ୧୯୯୭ ମସିହାରେ ISROରେ କାମ କରିବା ଆରମ୍ଭ କରିଥିଲେ। ଏରୋସ୍ପେସରେ ବିଶେଷ ଜ୍ଞାନ ଥିବା ରୀତୁ, ତାଙ୍କର ସଫଳତା ପାଇଁ ଅନେକ ଶ୍ରେୟ ପାଇଛନ୍ତି । ୨୦୦୭ରେ ରୀତୁଙ୍କୁ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡ ପ୍ରଦାନ କରାଯାଇଥିଲା ଏବଂ ସେ ଅନେକ ମିସନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବାସ୍‌ ଏହା ପରେ ରୀତୁଙ୍କୁ ‘ରକେଟ୍ ଓମେନ୍‌’ ବୋଲି କୁହାଗଲା। ଡକ୍ଟର ଏପିଜେ ଅବଦୁଲ କଲାମ ଯୁବା ବୈଜ୍ଞାନିକ ପୁରସ୍କାର ହେଉ କିମ୍ବା ମଙ୍ଗଳ ଆର୍ବିଟର ମିଶନ ପାଇଁ ଦିଆଯାଇଥିବା ISROକୁ ଦଳଗତ ପୁରସ୍କାର, ଏ ସମସ୍ତ ତାଙ୍କ ସଫଳତାରେ ଅନ୍ତର୍ଭୁକ୍ତ । ରୀତୁଙ୍କୁ ଏଏସଆଇ ଟିମ୍ ପୁରସ୍କାର ମଧ୍ୟ ଦିଆଯାଇଛି। ସୋସାଇଟି ଅଫ୍ ଇଣ୍ଡିଆନ୍ ଏରୋସ୍ପେସ୍ ଟେକ୍ନୋଲୋଜି ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଦ୍ୱାରା ତାଙ୍କୁ ଏରୋସ୍ପେସ୍ ଓମେନ୍‌ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି ।

ଓମେନ୍ ଇକୋନୋମିକ୍‌ ଫୋରମ୍ ବା OEF ଅନୁଯାୟୀ ରୀତୁ କରିଦାଲ ଶ୍ରୀବାସ୍ତବ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ISRO) ର ଜଣେ ବରିଷ୍ଠ ବୈଜ୍ଞାନିକ ଅଟନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ତାଙ୍କ ଶିକ୍ଷକ ଏବଂ ପରାମର୍ଶଦାତା କହିଛନ୍ତି ଯେ ସେ ଜଣେ ଉତ୍ତମ ଛାତ୍ରୀ ଥିଲେ।
ଶ୍ରୀମତୀ ଶ୍ରୀବାସ୍ତବ ବହୁତ କମ ବୟସରୁ ସ୍ପେସ୍ ଅନୁସନ୍ଧାନ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ । ଆମେରିକୀୟ ସ୍ପେସ୍ ଏଜେନ୍ସି ନାସା ଦ୍ୱାରା ଯେକୌଣସି ସ୍ପେସ୍ କାର୍ଯ୍ୟକଳାପ ସହିତ ଜଡିତ ସମ୍ବାଦ ପ୍ରବନ୍ଧ ସଂଗ୍ରହ କରିବା ସ୍କୁଲ ଦିନରେ ତାଙ୍କର ଏକ ହବି ଥିଲା । ଶ୍ରୀମତୀ ଶ୍ରୀବାସ୍ତବ ଉଭୟ ଅନ୍ତର୍ଜାତୀୟ ଓ ଜାତୀୟ ଗଣମାଧ୍ୟମରେ  ଅନେକ ଗବେଷଣାତ୍ମକ ନିବନ୍ଧ ରଚନା କରିଛନ୍ତି। ଏଥର ଚନ୍ଦ୍ରୟାନ -୩ ରେ ଅର୍ବିଟର ପଠାଯିବ ନାହିଁ । ସ୍ୱଦେଶୀ ପ୍ରେନଲ୍ସନ ମଡ୍ୟୁଲ୍ ଏଥର ପଠାଯାଉଛି । ଏହା ଲ୍ୟାଣ୍ଡର ଏବଂ ରୋଭରକୁ ଚନ୍ଦ୍ରର କକ୍ଷପଥକୁ ନେଇଯିବ ଏବଂ ତା’ପରେ ଏହା ୧୦୦ କିଲୋମିଟରର ଏକ ବୃତ୍ତାକାର କକ୍ଷପଥରେ ଚନ୍ଦ୍ରରେ ବୁଲିବ।

ଜାଣିଲେ ତ ଭାରତର ରକେଟ୍‌ ଓମେନ୍‌ ସମ୍ପର୍କରେ… ଏମିତି ଖବର ଜାଣିବା ପାଇଁ ଆମ ସାଇଟ୍‌ ଦେଖୁଥାନ୍ତୁ ଓ ଆମ ଚାନେଲକୁ ସବସ୍କ୍ରାଇବ୍‌ କରନ୍ତୁ। ଆପଣଙ୍କ ମତାମତ ଆମ ପାଇଁ ଖୁବ୍‌ ଗୁରୁତ୍ଵପୂର୍ଣ୍ଣ।

 

Related Articles

Back to top button
WP Twitter Auto Publish Powered By : XYZScripts.com