ବିଜ୍ଞାନ ଓ ପ୍ରଯୁକ୍ତି

କଟକରେ ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

 କଟକ, ୦୧/୦୫/୨୦୨୩ –    କଟକ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାମର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ତାଳଦଣ୍ଡା କେନାଲ, ଉଭୟ ପାର୍ଶ୍ବର ରାସ୍ତା, ମାଛ ମାର୍କେଟ ସ୍ଥାନାନ୍ତର ଓ ଦୁଇଟି ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମାଣ ହେବାକୁ ଥିବା ବିଦ୍ୟୁତ ଗ୍ରୀଡ ସଂପର୍କରେ ନିଜେ ଫିଲଡ୍ ଭିଜିଟ୍ କରି ଆଲୋଚନା କରିଥିଲେ । ଏହି ସମୟରେ ଜିଲ୍ଲାପାଳ, CDA ଅଧ୍ୟକ୍ଷ, CMC କମିସନର ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ କଟକକୁ ସୁନ୍ଦର କରି ଗଢି ତୋଳିବାକୁ ଯେଉଁ ପରିକଳ୍ପନା କରାଯାଇଛି, ତାହା ଏହି ସବୁ ପ୍ରକଳ୍ପ ଦ୍ବାରା ସଂପୂର୍ଣ୍ଣ ହେବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ । SCB କାମ ଯେଉଁଭଳି ଚାଲିଛି, କଟକ ଭିତରେ ବକ୍ସ ନାଳ କାମ ମଧ୍ୟ ସେହିଭଳି ଦ୍ରୁତ ଗତିରେ ହେଉଛି । ଏହି ଭଳି ଅନେକ ନୂଆ ପ୍ରକଳ୍ପ କଟକରୁ କେବଳ ସୁନ୍ଦର କରି ଗଢି ତୋଳିବ ତାହା ନୁହେଁ ବରଂ ଲୋକଙ୍କୁ ମୁକ୍ତ ଭାବେ ଚଳପ୍ରଚଳ ହେବାକୁ ପର୍ଯ୍ୟାପ୍ତ ସୁଯୋଗ ଦେବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com