ବିଜ୍ଞାନ ଓ ପ୍ରଯୁକ୍ତି

ନୂଆ ରୂପ ପାଇବ ନେମାଳ

ନେମାଳ, କଟକ, ୨୯/୦୪/୨୦୨୩ –   ନୂଆ ରୂପରେ ସଜେଇ ହେବ ପଦ୍ମବନ ନେମାଳ । ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସହ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ଏହି ସମାଧୀ ପୀଠର ବିକାଶ କରାଯିବ । 5-T ସଚିବ କାର୍ତ୍ତିକେୟନ ପାଣ୍ଡିଆନ ନେମାଳ ଗସ୍ତରେ ଆସି ଏହି ସୂଚନା ଦେଇଛନ୍ତି । ଏହି ସମୟରେ ପୀଠ ବୁଲିବା ସହ ଅଚ୍ୟୁତାନନ୍ଦଙ୍କୁ ପୂଜା କରିଥିଲେ ପାଣ୍ଡିଆନ ।

ଏହାପରେ ଅବହେଳିତ ଅବସ୍ଥାରେ ଥିବା ଏହି ପୀଠର ବିକାଶ ପାଇଁ କରାଯାଇଥିବା ମାଷ୍ଟର ପ୍ଲାନ ବିଷୟରେ ସ୍ଥାନୀୟ ସେବାୟତ ଏବଂ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ଗୋପିନାଥଜୀଉ ମନ୍ଦିରର ଉନ୍ନତିକରଣ ମଧ୍ୟ କରାଯିବ । ପାଣ୍ଡିଆନଙ୍କ ଏହି ଗସ୍ତ ସମୟରେ କଟକ ଜିଲ୍ଲାପାଳ ଭବାନି ଶଙ୍କର ଚଇନି ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ନେମାଳର ଉନ୍ନତି ହେବା ନେଇ 5-T ସଚିବଙ୍କ ଘୋଷଣା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com