ବିଜ୍ଞାନ ଓ ପ୍ରଯୁକ୍ତି

ଆରମ୍ଭ ହେଲା ମାଟ୍ରିକ ସମ୍ମେଟିଭ -୨ ପରୀକ୍ଷା

ଭୁବନେଶ୍ୱର ୧୦/୦୩/୨୦୨୩ –    ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ମାଟ୍ରିକ ସମ୍ମେଟିଭ -୨ ପରୀକ୍ଷା । ଏନେଇ  ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଆଜି ସକାଳୁ ଭୁବନେଶ୍ୱର ଡୁମଡୁମା ନିକଟସ୍ଥ ସୟଦ ମମତାଜ ଅଲି ହାଇସ୍କୁଲରେ ପହଞ୍ଚି ଥିଲେ ଗଣଶିକ୍ଷା ମନ୍ତ୍ରୀ ।

ପିଲାମାନେ ପ୍ରଶ୍ନ ପତ୍ର ପାର୍ଟନ ପୂର୍ବରୁ ଜାଣିଛନ୍ତି । ସମେଟିଭ -୧ ପରୀକ୍ଷା ଦେଇଛନ୍ତି । ପିଲାମାନେ ନିଶ୍ଚିତ ଭାବେ ଭଲ କରିବେ ବୋଲି କହିଛନ୍ତି ମନ୍ତ୍ରୀ । ପରୀକ୍ଷା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ୟମନସ୍କ କରିବା ପାଇଁ କିଛି ଅସମାଜିକ ବ୍ୟକ୍ତି ସୋସିଆଲ ମିଡ଼ିଆରେ ପ୍ରଶ୍ନପତ୍ର ଭାଇରାଲ କରିଥାନ୍ତି । ଯେଉଁମାନେ ଏଭଳି କରୁଛନ୍ତି ସେମାନଙ୍କ ଉପରେ ସାଇବର ଥାନାରେ ଏତଲା ଦିଆଯାଇଛି । ଯଦି ଆଗକୁ ଏପରି କେହି କରନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସମୀର କହିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com