ବିଜ୍ଞାନ ଓ ପ୍ରଯୁକ୍ତି

କିଭ୍‌ ଅଭିମୁଖେ ଋଷର ବିଶାଳ ସେନା, ଆଜି ହିଁ ତୁରନ୍ତ କିଭ୍‌ ଛାଡିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ

କିଭ୍‌ :  ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି । ଫେବ୍ରୁଆରୀ ୨୪ରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିପକ୍ଷରେ ସେନା ଅପରେସନ ନିର୍ଦ୍ଦେଶ ଦେବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ଋଷ ୟୁକ୍ରେନ ବିଭିନ୍ନ ସହର ଉପରେ ଆକ୍ରମଣ କରି ନିଜ କବ୍ଜାକୁ ନେବାରେ ଲାଗିଛି । ବିଭିନ୍ନ ସହର ଉପରେ ଆକ୍ରମଣ କରିବା ପରେ ଏବେ ପୁଟିନଙ୍କ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭକୁ ଅକ୍ତିଆର କରିବା ପାଇଁ ଭୟଙ୍କର ଆକ୍ରମଣ କରୁଛି ଋଷ ।
କିଭ୍‌ ଉପରେ ଋଷର ଆକ୍ରମଣ ମଧ୍ୟରେ ମଧ୍ୟ ଯୁକ୍ରେନ ରାଜଧନାୀ କିଭ୍‌କୁ ନିଜ ଅସ୍ତିଆରକୁ ନେଇ ପାରିନି ପୁଟିନ ସେନା। ଏହାରି ମଧ୍ୟରେ ରୁଷିଆର ବିଶାଳ ସେନା କିଭ ଅଭିମୁଖେ ଅଗ୍ରସର ହେଉଥିବା ସାଟେଲାଇନ ଇମେଜ ଆଜି ପ୍ରକାଶ ପାଇଛି । ଯାହାକୁ ନେଇ ବିଭିନ୍ନ ଦେଶ ଚିନ୍ତା ବ୍ୟକ୍ତ କରିଛନ୍ତି । ରାଷ୍ଟ୍ରପତି ଭ୍ଲାଡିମିର ପୁତିନଙ୍କ ଗେମ ପ୍ଲାନକୁ କେହି ବୁଝି ପାରୁ ନାହାନ୍ତି । ଗୋଟିଏ ପଟେ ଶାନ୍ତି ଆଲୋଚନା କରୁଥିବା ବେଳେ ଅନ୍ୟପଟେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ସାଟେଲାଇନ ଇମେଜରେ ୬୪ କିଲୋମିଟର ପର୍ଯ୍ୟନ୍ତ ଲମ୍ବାରେ ରୁଷ ସେନା କୀଭ ଅଭିମୁଖେ ଯାଉଛନ୍ତ । ଏଥିରେ ସେନା, ଗୋଳାବାରୁଦ, ଟ୍ୟାଙ୍କ, ବାହନ ସବୁ କିଛି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com