ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତିଶିକ୍ଷା

ଆଉ ମାତ୍ର ୭ ଫୁଟ ଦୂରତା, ଏଲିୟନ୍ସଙ୍କ ପାଖରେ ପହଞ୍ଚିବ ମଣିଷ : ନାସା

ନୂଆଦିଲ୍ଲୀ,୩୦/୦୬/୨୨- ଆଉ ମାତ୍ର ୭ ଫୁଟ ଦୂରତା । ଏଲିୟନ୍ସଙ୍କ ପାଖରେ ପହଞ୍ଚିବ ମଣିଷ । ଉଠିବ ଏଲିୟନ୍ସଙ୍କ ଅସ୍ତିତ୍ୱ ଉପରୁ ପରଦା । ମଙ୍ଗଳ ଗ୍ରହରେ ମିଳିବାକୁ ଯାଉଛି ଏଲିୟନ୍ସଙ୍କ ଠିକଣା । ଆଉ ଏହି ସତକୁ ପଦାକୁ ଆଣିବାକୁ ଯାଉଛି ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ପ୍ରରଣ କରାଯାଇଥିବା ମାର୍ସ ରୋଭର୍ସ । ଏଲିୟନ୍ସ ,ଏମିତି ଏକ ଶବ୍ଦ ଯାହା ପୂରା ମାନବ ସମାଜ ପାଇଁ ରହସ୍ୟ ହୋଇ ରହିଛି । ବହୁ ସମୟରେ ବହୁ ଲୋକ ଏଲିୟନ୍ସଙ୍କୁ ଦେଖିଥିବା, ଏଲିୟନ୍ସଙ୍କ ଯାନ ତାଙ୍କ ଅଞ୍ଚଳ ଦେଇ ଯାଇଥିବା ଓ ଓହ୍ଲାଇଥିବା ମଧ୍ୟ ଦାବି କରିଛନ୍ତି । ହେଲେ ଏହାର ପ୍ରମାଣ କେବେ ମିଳି ପାରିନି । ଯାହା ଉପରୁ ପରଦା ଉଠାଇବାକୁ ଯାଉଛି ନାସାର ମାର୍ସ ରୋଭର୍ସ । ଏଲିୟନ୍ସଙ୍କୁ ଖୋଜିବାରେ ବହୁ ଏଜେନ୍ସି ଲାଗିଛନ୍ତି । କିଏ ଏଲିୟନ୍ସଙ୍କ ଫଟୋ ଉଠାଇ ଥିବା ଦାବି କରୁଛି ତ କିଏ ସେମାନଙ୍କ ବ୍ୟବହାର ଜିନିଷ ପାଇଥିବା କହୁଛି । ହେଲେ ସବୁ ଦାବି ସତ ହେବା ଆଗରୁ ଦାବିରେ ରହିଯାଇଛି । ବାସ୍ତବରେ ଏଲିୟନ୍ସ ଅଛନ୍ତି କି ଏହା ଆମର କଳ୍ପନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି । ସ୍ପେସ୍ ଏଜେନ୍ସି ନାସା ଏଲିୟନ୍ସଙ୍କୁ ନେଇ ଏକାଧିକ ତଥ୍ୟ ଏକାଠି କରିଥିବା ଦାବି କରିଛି । ନାସା ଅନୁସାରେ, ମାର୍ସ ରୋଭର୍ସ ଯଦି ମଙ୍ଗଳ ଗ୍ରହରେ ୭ ଫୁଟ୍ ଖୋଳିବ ତେବେ ଏଲିୟନ୍ସଙ୍କ ପ୍ରମାଣ ମିଳିଯିବ । ଏଲିୟନ୍ସଙ୍କୁ ଖୋଜିବାରେ ଏମିନୋ ଏସିଡ୍ ବ୍ୟବହାର କରାଯିବ । ଯାହା ପ୍ରୋଟିନ୍ ପ୍ରସ୍ତୁତ କରିଥାଏ । ଏହି ପ୍ରୋଟିନ୍ ସାହାଯ୍ୟରେ ଏଲିୟନ୍ସଙ୍କ ସମ୍ପର୍କରେ ସୂଚନା ମିଳିପାରିବ । ମାର୍ସ ରୋଭର୍ସ ବର୍ତ୍ତମାନ ସୁଦ୍ଧା ଦୁଇ ଇଞ୍ଚ ଖୋଳି ସାରିଛି । ଏତିକି ଗଭୀରରେ ଥିବା ଏମିନୋ ଏସିଡ ଶେଷ ହେବାକୁ ପ୍ରାୟ ୨୦ ମିଲିୟନ ବର୍ଷ ଲାଗିବ । ଅର୍ଥାତ, ମଙ୍ଗଳରେ ଯଦି କେବେ ଜୀବନ ଥିବ ଏହା ଶେଷ ହେବାକୁ ଏହି ସମୟ ଲାଗିଥିବ । ହେଲେ ସ୍ପେସରେ ଏହି ସମୟ ପୃଥିବୀ ସମୟ ଅନୁସାରେ ବହୁତ କମ । ନାସା ଦାବି କରିଛି ଆଉ ମାତ୍ର ସାଢେ ୬ ଫୁଟ୍ ଖୋଳିବା ପରେ ଏଲିୟନ୍ସଙ୍କ ସମ୍ପର୍କରେ ସୂଚନା ମିଳିବା ସମ୍ଭବ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com