ବିଜ୍ଞାନ ଓ ପ୍ରଯୁକ୍ତି

କରୋନା ନୂଆ ଭାରିଆଣ୍ଟ ମୁକାବିଲା ପାଇଁ ଆଜି ବୈଠକ

ଭୁବନେଶ୍ୱର, ୨୩/୧୨/୨୦୨୨-     କିଛି ଦିନର ବ୍ୟବଧାନ ପରେ ପରେ ପୁଣି ଥରେ କରୋନାର ନୂଆ ଭାରିଆଣ୍ଟ ସଂକ୍ରମଣ ଆଶଙ୍କା ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସସସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି । ସେହିପରି ଜିନୋମ ସିକ୍ୱେନ୍ସିଂ ଦାୟିତ୍ୱରେ ଥିବା ଅନୁଷ୍ଠାନ ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ କାମ କରିବା ଆରମ୍ଭ କରିଛନ୍ତି । ଜିନୋମ୍‍ ସିକ୍ୱେନ୍ସିଂ ଏବଂ ଜିଲ୍ଲା ସ୍ତରୀୟ ନିରୀକ୍ଷଣରୁ କରୋନାର ପୁନଃ ସଂକ୍ରମଣର ପ୍ରମାଣ ମିଳିଲେ ପୁଣିଥରେ ପୂର୍ବଭଳି କରୋନା ନିୟମ କଡ଼ାକଡ଼ି କରା ଯାଇପାରେ । ତେଣୁ କରୋନା ନିୟମ ପାଳନ କରିବା ସହ ସଜାଗ ଓ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

ବୁଷ୍ଟର ଡୋଜ ନୂଆ ଭାରିଆଣ୍ଟକୁ ପ୍ରତିହତ କରିପାରିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ୨୮ ନଭେମ୍ବରରୁ ସରକାରୀ ଟିକାକାରଣ ବନ୍ଦ ରହିଛି । ଶୁକ୍ରବାର ହେବାକୁ ଥିବା ବୈଠକ ପରେ କେନ୍ଦ୍ରକୁ ଟିକା ଯୋଗାଇବା ପାଇଁ ଚିଠି ଲେଖାଯିବ । ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ଟିକକରଣ କ୍ଷେତ୍ରରେ ୮ କୋଟି ୧୪ ଲକ୍ଷ ଟିକା ଦିଆ ସରିଛି।  ପ୍ରଥମ ଡୋଜ ୯୭%, ୨ୟ ଡୋଜ ୯୪% ଓ ପିକେସନ ୪୧% ଲୋକେ ନେଇଛନ୍ତି।  ୨୫ ଲକ୍ଷ ଲୋକ ଦ୍ୱତୀୟ ଡୋଜ ନେଇ ନ ଥିବା ବେଳେ ୫୯% ପିକସନ ଡୋଜ ନେଇନାହାନ୍ତି ।ରାଜ୍ୟରେ ୧୨ ଟି ପ୍ରାଇଭେଟ ହସ୍ପିଟାଲରେ ଟିକା କରଣ ଚାଲିଛି । ବାହାର ରାଜ୍ୟରୁ ୧୬ ଲକ୍ଷ ୧୭ ହଜାର ଟିକା ମଗା ଯାଇଥିଲା । ପ୍ରିକସନ ଡୋଜ ନେଇଥିବା ଲୋକେ ସୁରକ୍ଷିତ, ସର୍ବ ଭାରତୀୟ ସ୍ତରରେ ଓଡ଼ିଶାରେ ଅଧିକ ଟିକା ଦିଆଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com