ବିଜ୍ଞାନ ଓ ପ୍ରଯୁକ୍ତି

ମାର୍ଚ୍ଚ ୧ ତାରିଖରୁ ହେବ +୨ ପରୀକ୍ଷା

ଭୁବନେଶ୍ୱର, ୩୧/୧୨/୨୦୨୨-  ମାର୍ଚ୍ଚ ୧ ତାରିଖରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା । ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ । ଅଧଘଣ୍ଟା ଆଗରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ଏଥର ମଧ୍ୟ ପରୀକ୍ଷା କେନ୍ଦ୍ରରେ କୋଭିଡ ଗାଇଡଲାଇନ ପାଳନ କରାଯିବ ଏବଂ CCTV ନିୟନ୍ତ୍ରଣରେ ପରୀକ୍ଷା କେନ୍ଦ୍ର ରହିବ । ୧୫ ମିନିଟ ଆଗରୁ ଉତ୍ତରଖାତା ମିଳିବ ଏବଂ  ୯ଟା ୫୫ରେ ମିଳିବ ପ୍ରଶ୍ନପତ୍ର ।

ଏନେଇ CHSE  ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାର୍ଚ୍ଚ ୧ ତାରିଖରୁ ବିଜ୍ଞାନ ପରୀକ୍ଷା ହେବାକୁ ଥିବାବେଳେ ୨ ତାରିଖରୁ କଳା ଓ ବାଣିଜ୍ୟ ଏବଂ ୩ ତାରିଖରୁ ଧନ୍ଦାମୂଳକ ପରୀକ୍ଷା ହେବ । କିନ୍ତୁ ପ୍ରାକ୍ଟିକାଲ୍ ପରୀକ୍ଷା ଫେବ୍ରୁଆରୀ ୧ରୁ ୧୦ ତାରିଖ ଯାଏ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com