ବିଜ୍ଞାନ ଓ ପ୍ରଯୁକ୍ତି

ରୟାଲ୍ ଏନଫିଲ୍ଡ ସୁପର ବାଇକ ପାଇଁ ପ୍ରି ବୁକିଂ ଆରମ୍ଭ, ଲୁକ ଆଉ ଫିଚର୍ସ କରିପାରେ ଆପଣଙ୍କୁ ଆକର୍ଷିତ

ଭୁବନେଶ୍ୱର: ଲୋକପ୍ରିୟ ବାଇକ୍ ନିର୍ମାତା କମ୍ପାନୀ ରୟାଲ୍ ଏନଫିଲ୍ଡ ବର୍ତ୍ତମାନ ୬୫୦ ସିସି ସେଗମେଣ୍ଟରେ ମଧ୍ୟ ଏକ ଛାପ ଛାଡିବାକୁ ଚେଷ୍ଟା କରୁଛି। କମ୍ପାନୀ ପୂର୍ବରୁ ୩୫୦ ସିସି ସେଗମେଣ୍ଟର ରାଜା ହୋଇସାରିଛି । ବର୍ତ୍ତମାନ ୬୫୦ ସିସି ସେଗମେଣ୍ଟ ପାଇଁ କମ୍ପାନୀର ନୂଆ ବାଇକ୍ ଭାରତରେ ପ୍ରବେଶ କରିଛି। ଗୋଆରେ ଚାଲିଥିବା ରାଇଡର୍ ମାନିଆ ଇଭେଣ୍ଟରେ ରୟାଲ୍ ଏନଫିଲ୍ଡ ଏହାର ସୁପର ମିଟର୍ ୬୫୦ ପ୍ରଦର୍ଶନ କରିଛି । ଏହା ହେଉଛି କମ୍ପାନୀର ଏକ କ୍ରୁଜର ବାଇକ୍। ଏହାର ଅଫିସିଆଲ୍ ପ୍ରି ବୁକିଂ ମଧ୍ୟ ଭାରତରେ ଆରମ୍ଭ ହୋଇଛି।

ନୂତନ କ୍ରୁଜର ବାଇକ୍ ର ଇନ୍ଧନ ଟ୍ୟାଙ୍କର କ୍ଷମତା ୧୫.୭ ଲିଟର । ନୂତନ ରୟାଲ୍ ଏନଫିଲ୍ଡ ସୁପର ମିଟର୍ ୬୫୦ ର ଶୁଭାରମ୍ଭ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ୨୦୧୩ ରେ ବିତରଣ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି।

ଏହା ଭାରତୀୟ ବଜାରରେ ଦୁଇଟି ଭିନ୍ନ ମଡେଲରେ ଉପଲବ୍ଧ ହେବ। ପ୍ରଥମଟି ଷ୍ଟାଣ୍ଡାର୍ଡ ସୁପର ମିଟର୍ ୬୫୦ ଏବଂ ଦ୍ୱିତୀୟଟି ୬୫୦ ଟୁର୍ ମଡେଲ୍ ହେବ ।

ଏହା ରୟାଲ୍ ଏନଫିଲ୍ଡର ସବୁଠାରୁ ଭାରୀ ମଡେଲ୍ ଏବଂ ଏହା ମଧ୍ୟ ମହଙ୍ଗା ହୋଇପାରେ। ଆକଳନ କରାଯାଇଛି ଯେ ସୁପର ମେଟେର ୬୫୦ ର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com