Breaking NewsFeaturedରାଜନୀତି

ହେବନି ଆଗୁଆ ନିର୍ବାଚନ!

ରାଜ୍ୟରେ ହେବ ଆଗୁଆ ନିର୍ବାଚନ। ଏଇ ଦଳ କହୁଥିଲା ଆମେ ପ୍ରସ୍ତୁତ, ସେଇ ଦଳ କହୁଥିଲା ଆମେ ରେଡ୍ଡି। ସେହିପରି କିଏ ସରକାରଙ୍କୁ ସମାଲୋଚନା କରୁଥିଲା ତ କିଏ ସମର୍ଥନ କରୁଥିଲା। ନାନା କଳ୍ପନାଜଳ୍ପନା ଭିତରେ ରହିଥିଲା ରାଜ୍ୟରେ ଆଗୁଆ ନିର୍ବାଚନ ପ୍ରସଙ୍ଗ। କିନ୍ତୁ ଏବେ ଦେଶରେ ଉଠିଲାଣି ୱାନ୍ ନେସନ-ୱାନ୍ ଇଲେକ୍ସନ ଇସ୍ୟୁ। ସେହିପରି ଅଚାନକ ୪ ତାରିଖ ରାତିରେ ନବୀନ ନିବାସରେ ନେତାଙ୍କ ହୋଇଥିଲା ମେଳି। ଏସବୁ ଦୃଷ୍ଟିରୁ ଏବେ ଚର୍ଚ୍ଚା ହେଉଛି ଯେ- ଆଗୁଆ ନିର୍ବାଚନ ହେବାର ନାହିଁ।

ରିପୋର୍ଟ ଅନୁସାରେ ସେପ୍ଚେମ୍ବରରେ ହେବାକୁ ଥିବା ମୌସୁମୀ ଅଧିବେଶନରେ ବିଧାନସଭା ଭାଙ୍ଗିବା ଓ ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଆଲୋଚନା ହେଉଥିଲା । ମୌସୁମୀ ଅଧିବେଶନରେ ବିଳମ୍ବ ଏହି ଚର୍ଚ୍ଚାକୁ ଖୋରାକ୍ ଯୋଗାଇଥିଲା । ଏପରିକି ଏ ନେଇ ରାଜନୈତିକ ଦଳମାନେ ମଧ୍ୟ ବୟାନବାଜି କରୁଥିଲେ । ବିରୋଧୀ ଏହାକୁ ତୀବ୍ର ସମାଲୋଚନା କରୁଥିଲେ। ଆଗୁଆ ନିର୍ବାଚନ ପାଇଁ ସରକାର ମୌସୁମୀ ଅଧିବେଶନରେ ବିଳମ୍ବ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ସେହିପରି ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀ ମଧ୍ୟ ଏହି ଚର୍ଚ୍ଚାକୁ ନେଇ ସରକାର ଉପରେ ବର୍ଷିଥିଲେ । କିନ୍ତୁ ଗତ ସୋମବାର ନବୀନ ନିବାସରେ ହୋଇଥିବା ବିଜେଡିର ବୈଠକ ପରେ ଏ ଥିରେ ନୂଆ ମୋଡ଼ ଆସିଥିବା କୁହାଯାଉଛି । ରାଜ୍ୟରେ ଆଗୁଆ ନିର୍ବାଚନ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିବା ସୂଚନା ମିଳୁଛି ।

ଏବେ ଯାହା ଆଲୋଚନା ହେଉଛି- ବିଜେଡି ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତି କରୁନାହିଁ। କିନ୍ତୁ କେନ୍ଦ୍ର ସରକାର ଯଦି ଆଗୁଆ ନିର୍ବାଚନ କରିବେ, ତେବେ ବିଜେଡି ମଧ୍ୟ ସେହି ସମୟରେ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ । ଏଠାରେ କହିରଖୁଛୁ ଯେ କିଛି ଦିନ ତଳେ ଅଚାନକ ଓଡ଼ିଶା ଗସ୍ତରେ ଆସିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହା ପରେ ରାଜ୍ୟରେ ଆଗୁଆ ନିର୍ବାଚନ ଉପରେ ଆଲୋଚନା ଆରମ୍ଭ ହୋଇଥିଲା । ଏପରିକି ସମସ୍ତ ଦଳ ନିଜ ନିଜର ସଙ୍ଗଠନ ମଜଭୁତ କରୁଥିବା ମଧ୍ୟ ସ୍ପଷ୍ଟ ଜଣାପଡ଼ୁଥିଲା । କିନ୍ତୁ ପରେ ଚର୍ଚ୍ଚା ହେଲା ରାଜ୍ୟରେ ଆଗୁଆ ନିର୍ବାଚନ ପାଇଁ କେନ୍ଦ୍ର ପ୍ରସ୍ତୁତ ନୁହେଁ ।

ଦିଲ୍ଲୀ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା । ସଂସଦରେ ଅନାସ୍ଥା ପ୍ରସ୍ତାବ ବିରୋଧରେ ବିଜେଡିର ସମର୍ଥନ ପରେ ରାଜ୍ୟର ଦାବି କେନ୍ଦ୍ର ମାନିନେବ ବୋଲି କୁହାଯାଉଥିଲା । ରାଜ୍ୟରେ ଆଗୁଆ ନିର୍ବାଚନ ହୋଇଥିଲେ ଅନ୍ୟ 5 ରାଜ୍ୟ ସହ ଡିସେମ୍ବରରେ ନିର୍ବାଚନକୁ ଓହ୍ଲାଇଥାନ୍ତା ଓଡିଶା । ପରେ ଲୋକସଭା ନିର୍ବାଚନ ହୋଇଥିଲେ ସୁବିଧାଜନକ ସ୍ଥିତିରେ ରହିଥାନ୍ତା ବିଜେଡି । କିନ୍ତୁ ହଠାତ୍ କେନ୍ଦ୍ରର ସରକାରଙ୍କ ଆଭିମୁଖ୍ୟ ବଦଳିଯାଇଛି । ଗୋଟିଏ ଦେଶ ଗୋଟିଏ ନିର୍ବାଚନ ନେଇ ମୋଦି ସରକାର ଚର୍ଚ୍ଚା ବଢାଇବା ପରେ ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ପ୍ରଶ୍ନ ଉଠିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com