ବାଣିଜ୍ୟ

ରାଜଧାନୀବାସୀଙ୍କୁ ଜୋରଦାର ଝଟକା ! ଅଟୋ ଆଉ ଟ୍ୟାକ୍ସି ଭଡା ବୃଦ୍ଧି

ନୂଆଦିଲ୍ଲୀ, ୧୧/୦୧/୨୦୨୩ –   ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଅଟୋ ଯାତ୍ରୀଙ୍କୁ ଏକ ଜୋରଦାର ଝଟକା ଦେଇଛନ୍ତି । ଜାତୀୟ ରାଜଧାନୀରେ ଅଟୋ ଭଡା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀ ସରକାରଙ୍କ ଅନୁଯାୟୀ ବର୍ତ୍ତମାନ ଅଟୋ ମିଟର ୩୦ ଟଙ୍କା ହେବ, ଏହା ପୂର୍ବରୁ ୨୫ ଟଙ୍କା ଥିଲା। ଏହା ପରେ ଆରୋହୀଙ୍କୁ ପ୍ରତ୍ୟେକ କିଲୋମିଟର ପାଇଁ ୧୧ ଟଙ୍କା ଦେବାକୁ ପଡିବ।

ଦିଲ୍ଲୀ ସରକାରଙ୍କ ବିଜ୍ଞପ୍ତିରେ କୁହାଯାଇଛି ଯେ ଏସି ନଥିବା ଟ୍ୟାକ୍ସି ପାଇଁ ଯାତ୍ରୀମାନଙ୍କୁ ସର୍ବନିମ୍ନ ଭଡା ୪୦ ଟଙ୍କା ପରେ କିଲୋମିଟର ପ୍ରତି ୧୭ ଟଙ୍କା ଦେବାକୁ ପଡିବ। ଏହା ପୂର୍ବରୁ ଏହା ୧୪ ଟଙ୍କା ଥିଲା। ଏଥିସହିତ ଏସି ଟ୍ୟାକ୍ସିର ଭଡା ୧୬ ରୁ ୨୦ ଟଙ୍କାକୁ ବୃଦ୍ଧି କରାଯାଇଛି । ରାତ୍ରି ଚାର୍ଜରେ କୌଣସି ପରିବର୍ତ୍ତନ ହୋଇନାହିଁ । ୨୦୧୩ ରେ ନଅ ବର୍ଷ ପୂର୍ବେ ଟ୍ୟାକ୍ସି ଭଡା ବୃଦ୍ଧି କରାଯାଇଥିଲା। ୨୦୨୦ ରେ, CNG ର ଭଡା ୪୭ ଟଙ୍କା ଥିଲା, ଯାହା ବର୍ତ୍ତମାନ ଦ୍ୱିଗୁଣିତ ହୋଇଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com