ବାଣିଜ୍ୟ

ଟ୍ୱିଟର ‘ବ୍ଲୁ ଟିକ୍’ ସବସ୍କ୍ରିପସନ୍ ସେବା ଆରମ୍ଭ

ଭୁବନେଶ୍ୱର, ୧୨/୧୨/୨୦୨୨ –   ସୋମବାର ଠାରୁ ଆରମ୍ଭ ହୋଇଛି ଟ୍ୱିଟର ‘ବ୍ଲୁ ଟିକ୍’ ସବସ୍କ୍ରିପସନ୍ ସେବା । ଏଥିପାଇଁ ୟୁଜରମାନଙ୍କୁ ଏହାର ବ୍ଳୁ ସବସ୍କ୍ରିପ୍ସନ କିଣିବାକୁ ପଡ଼ିବ । ଏହା କରିବା ପରେ ୟୁଜରଙ୍କୁ ବ୍ଳୁ ଟିକ୍ ମିଳିବ ଏବଂ ସେମାନେ କମ୍ପାନୀ ଆରମ୍ଭ କରିଥିବା ସ୍ବତନ୍ତ୍ର ଫିଚର୍ସର ଲାଭ ଉଠାଇପାରିବେ । ପୂର୍ବରୁ ଟ୍ୱିଟରର ଏହି ବ୍ଲୁ ଟିକ୍ ମାର୍କକୁ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକମାନଙ୍କୁ ଦିଆ ଯାଉଥିଲା । ଏବେ କମ୍ପାନୀ ୱେବ୍ ୟୁଜର୍ସଙ୍କଠାରୁ ଏଥିପାଇଁ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସଙ୍କଠାରୁ ମାସିକ ୧୧ ଡଲାର ଦେବାକୁ ପଡିବ । ଏହି ଫିଚର ଦ୍ବାରା ୟୁଜର କମ୍ ବିଜ୍ଞାପନ ଦେଖି ପାରିବେ ଏବଂ ଅଧିକ ସମୟର ଭିଡିଓ ସେୟାର କରିପାରିବେ । ସେହିପରି ସେମାନଙ୍କର ଟୁଇଟ୍‌ଗୁଡିକ ଅଧିକ ପ୍ରାଧାନ୍ୟ ଦିଆଯିବ । ଗତ ମାସରେ ଏଲନ ମସ୍କ ଏହି ପ୍ରୟାସ ଆରମ୍ଭ କରି ବିଫଳ ହୋଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com