ବାଣିଜ୍ୟ

ଭୁବନେଶ୍ୱରରେ ମିଳିବ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ ମାନର ପାନୀୟ ଜଳ

ଭୁବନେଶ୍ୱର, ୧୪/୦୨/୨୦୨୩ –   କଟକର ମୁଣ୍ଡଳିଠାରେ ୧୩୦ ନିୟୁତ ଲିଟର କ୍ଷମତା ବିଶିଷ୍ଟ ଜଳ ବିଶୋଧନାଗାର  ନିର୍ମାଣ କରାଯିବ । ଏଥିପାଇଁ GSTକୁ ଛାଡ଼ି ରାଜ୍ୟ ସରକାର ୨୮୬ କୋଟି ୭୩ ଲକ୍ଷ ୨୨ ହଜାର ୧୪୨ ଟଙ୍କା  ଖର୍ଚ୍ଚ କରିବେ । ଏହି ପ୍ରକଳ୍ପଦ୍ୱାରା ଭୁବନେଶ୍ୱରବାସୀଙ୍କୁ ୨୪ ଘଣ୍ଟିଆ ଓ ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ ମାନର ପାନୀୟ ଜଳ ଯୋଗାଇ ଦିଆଯିବ ।

ଏହି ନିର୍ମାଣ କାମ ପାଇଁ ମେସର୍ସ ଏଲ୍‌‌ସି ଇନଫ୍ରା ପ୍ରୋଜେକ୍ଟ ଦାୟିତ୍ୱ ନେଇଥିବା ବେଳେ ସୋମବାର ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟର ମୋହର ବାଜିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିର୍ମାଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚ ସୁଦ୍ଧା ଆରମ୍ଭ ହେବ ଓ ୨୦୨୫ ମାର୍ଚ୍ଚ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରହିଛି । ଓଡ଼ିଶା ଜଳ ଆୟୋଗ (ୱାଟକୋ) ଏହି ଜଳ ବିଶୋଧାନଗାର ପରିଚାଳନା କରିବାକୁ ଥିବାବେଳେ ଏହି ପ୍ରକଳ୍ପ ୨୦୩୮ ପର୍ଯ୍ୟନ୍ତ ଭୁବନେଶ୍ୱରର ସମସ୍ତ ପରିବାରକୁ ୨୪X୭ ଘଣ୍ଟିଆ ‘ଡ୍ରିଙ୍କ ଫ୍ରମ୍‌‌ ଟ୍ୟାପ’ମାନର ଜଳ ଯୋଗାଣରେ ସହାୟକ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com