ବାଣିଜ୍ୟ

ହୋଟେଲ ବ୍ୟବସାୟୀ ଶିବ ପ୍ରସାଦଙ୍କୁ ଇଡ଼ି ସମନ

ଭୁବନେଶ୍ୱର, ୦୧/୧୨/୨୦୨୨-   ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ସହ ସମ୍ପର୍କ ଏବଂ ବେଆଇନ ଅର୍ଥ କାରବାର ଅଭିଯୋଗରେ ଭୁବନେଶ୍ୱରର ଆଉ ଏକ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଇଡି ସମନ କରିଛି । ଏହି ବ୍ୟକ୍ତି ଜଣଙ୍କ ହେଲେ ଶିବ ପ୍ରସାଦ ଦାସ । ଏବଂ ସେ ଭୁବନେଶ୍ୱରର ଏକ ହୋଟେଲର ମାଲିକ । ଗୁରୁବାର ଇଡିରେ ହାଜର ହୋଇଛନ୍ତି ଭୁବନେଶ୍ୱରର ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ।

ଆର୍ଥିକ କାରବାର ନେଇ ଶିବପ୍ରସାଦଙ୍କୁ ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । କେବେ ଓ କାହିଁକି ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ହୋଇଥିଲା, ହୋଟେଲରେ ହନିଟ୍ରାପ ଡିଲ ହୋଇଥିଲା କି ନାହିଁ, ଇଡି ତାର ଖିଅ ଖୋଜିବା ଆରମ୍ଭ କରିଛି । ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳି ଏହି ହୋଟେଲକୁ ନିୟମିତ ଯାଉଥିଲେ ବୋଲି ଚର୍ଚ୍ଚା ହେଉଛି । ଅର୍ଚ୍ଚନାଙ୍କ ସହ ଶିବପ୍ରସାଦଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନ ହୋଇଥିବା ନେଇ ଇଡି ହାତରେ ସୁରାକ ଲାଗିଛି । ସେପଟେ JMFC-୩ କୋର୍ଟରେ ଜାମିନ ଖାରଜ ହେବା ପରେ ସେସନ୍ସ କୋର୍ଟରେ ପୁଣି ଜାମିନ୍ ଆବେଦନ କରିଛି ଅର୍ଚ୍ଚନା ।

 

Related Articles

Back to top button
WP Twitter Auto Publish Powered By : XYZScripts.com