ବାଣିଜ୍ୟ

୧୨ ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ

ଭୁବନେଶ୍ୱର, ୨୧/୦୧/୨୦୨୩ –   ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ ଇନ୍ ଏଡ୍ ବୃଦ୍ଧି କରାଯାଇଛି । ପିଛିଲା ଭାବେ ଏହାକୁ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ କରାଯିବ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି । ଏହାଦ୍ୱାରା ୧୫ ହଜାରରୁ ଅଧିକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ଅତିରିକ୍ତି ୨୯୦ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ ।

ଏହାଛଡା ଆହୁରି ୧୧ ଟି ପ୍ରସ୍ତାବକୁ ମଧ୍ୟ ଆଜିର ବୈଠକରେ ଅନୁମୋଦନ ଦିଆଯାଇଛି । ଏହିସବୁ ଭିତରେ ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବାସର୍ତ୍ତରେ ସଂଶୋଧନ, GST ଓ ବାଣିଜ୍ୟ କର ଡାଟାଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମ, ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି, OSJS ଓ OJS ସେବା ଅଧିନିୟମ, ଖଣି ଓ ଭୂତତ୍ତ୍ୱ ସେବା ନିର୍ଦ୍ଦେଶାଳୟର ୫ଟି କ୍ୟାଡର ନିଯୁକ୍ତି, OBC କମିଶନ ଆଇନ ସଂଶୋଧନ ଆଦି ପ୍ରସ୍ତାବ ଗୁଡିକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି ।

ସେହିପରି BSSCCRIର କର୍କଟ ରୋଗୀଙ୍କ ଆବାସ ପାଇଁ ୨ ଏକର ମାଗଣା ଜମି ପ୍ରଦାନ ଏବଂ ଗ୍ରାମ୍ୟ ପାଇପ୍ ଜଳ ଯୋଗାଣ ପାଇଁ ୨ଟି ପ୍ରକଳ୍ପକୁ ମଞ୍ଜୁରୀ ଦିଆଯାଇଛି । ସେଥି ପାଇଁ ବରୀ ଓ କୋରେଇ ବ୍ଲକରେ ଦୁଇଟି ପ୍ରକଳ୍ପ ନିର୍ମାଣ ହେବ, ଯାହାର କାର୍ଯ୍ୟ ୫ ବର୍ଷ ମଧ୍ୟରେ ସରିବ ।

ଏଥିସହିତ ନୟାଗଡ଼ ଜିଲ୍ଲାର ନୂଆଗାଁ, ଗଣିଆ ଓ ଦଶପଲ୍ଲାରେ ୩ଟି ପାନୀୟ ଜଳ ପ୍ରକଳ୍ପ, ମାଲକାନଗିରିର ମାଥିଲି , ଖଇରିପୁଟ, ମାଲକାନଗିରି, ଓ କାଲିମେଳାରେ ୪ଟି ପ୍ରକଳ୍ପ ସ୍ଥାପନ କରାଯିବ । ସେହିଭଳି ଜଳେଶ୍ୱର ଗୋବରୀ ଘାଟର ସୁବର୍ଣ୍ଣରେଖା ନଦୀରେ ସେତୁ ନିର୍ମାଣ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡର ପାରିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com