ବାଣିଜ୍ୟ

OTET ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଉତ୍ତର ଭାଇରାଲ୍ ଅଭିଯୋଗ

ମାଲକାନଗିରି, ୨୯/୦୮/୨୦୨୨-   OTET ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଉତ୍ତର ଭାଇରାଲ୍ । ରାଜ୍ୟବ୍ୟାପୀ ସୋମବାର ଅନୁଷ୍ଠିତ ହେଉଛି OTET ପରୀକ୍ଷା । ଏପରି ଅଭିଯୋଗ ଆସିଛି ମାଲକାନଗିରିରୁ । ଜିଲ୍ଲାରେ ୩ ଟି ସେଣ୍ଟରରେ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ ପରୀକ୍ଷା ଆରମ୍ଭ ନହେଉଣୁ ଆନସର ସିଟ୍ ଭାଇରାଲ ହୋଇଛି ।

ଏହି ପରୀକ୍ଷା ପାଇଁ ମୋଟା ଅଙ୍କର ଅର୍ଥ କାରବାର ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ, ଭାଇରାଲ୍ ହୋଇଥିବା ଆନସର ସିଟ ଠିକ୍ କି ଭୁଲ ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ମାଲକାନଗିରି ଜିଲ୍ଲା ଶିକ୍ଷାଧିକାରୀ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଯଦି ଏପରି କୌଣସି ଘଟଣା ନଜରକୁ ଆସେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com