Breaking NewsFeaturedବାଣିଜ୍ୟଭାଇରାଲ୍ ଭିଡିଓ

ଭାରତୀୟ ଟିମ ପରେ State Bank ନେବ ଧୋନିଙ୍କ ଫାଇଦା

ମହେନ୍ଦ୍ର ସିଂ ଧୋନୀଙ୍କ ଫ୍ୟାନ ମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଧୋନିଙ୍କୁ ମିଳିଛି ନୂଆ ନିଯୁକ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କର ବ୍ରାଣ୍ଡ ଆମ୍ବାସାଡର ନିଯୁକ୍ତ ହୋଇଛନ୍ତି ଧୋନି । ବ୍ୟାଙ୍କ ତରଫରୁ ଧୋନୀ ମାର୍କେଟିଂ ଏବଂ ବିଜ୍ଞାପନ ଦାୟିତ୍ୱ ସମ୍ଭାଳିବେ । ଷ୍ଟେଟ ବ୍ୟାଙ୍କ ତରଫରୁ ରବିବାର ଏହି ଘୋଷଣା କରାଯାଇଛି । ସେପଟେ ଧୋନିଙ୍କୁ ବ୍ରାଣ୍ଡ ଆମ୍ବାସଡର ଭାବେ ସାମିଲ କରି ଆମେ ବେଶ ଗର୍ବିତ ବୋଲି କହିଛନ୍ତି ଏସବିଆଇର ଅଧ୍ୟକ୍ଷ ଦିନେଶ ଖାରା । ଏହାସହିତ ସେ ଆହୁରି ମଧ୍ୟ କହିଛନ୍ତି ଏସବିଆଇ ଏକ ନୂଆ ଅବତାର ନେବା ସହ ବିଶ୍ୱାସ, ଅଖଣ୍ଡତା ଓ ଅତୁଟ ସମର୍ପଣ ସହିତ ରାଷ୍ଟ୍ର ଓ ଗ୍ରାହକଙ୍କ ସେବା କରିବାର ପ୍ରତିବଦ୍ଧତାକୁ ମଜବୁତ କରିବ  ବୋଲି ଦିନେଶ କହିଛନ୍ତି ।

ଭାରତୀୟ ଷ୍ଟେଟ ବ୍ୟାଙ୍କ, ସମ୍ପତ୍ତି, ଡିପୋଜିଟ, ଶାଖା, ଗ୍ରାହକ ଓ କର୍ମଚାରୀ ମାମଲାରେ ଦେଶର ସବୁଠାରୁ ବଡ ବ୍ୟବସାୟୀକ ବ୍ୟାଙ୍କ । ଜୁନ ୨୦୨୩ ସୁଦ୍ଧା ବ୍ୟାଙ୍କର ଡିପୋଜିଟ ୪୫.୩୧ ଲକ୍ଷ କୋଟି ଟଙ୍କା । ଡିଜିଟାଲ ଋଣ ଦେବାରେ ଦେଶର ପବ୍ଲିକ ସେକ୍ଟର ବ୍ୟାଙ୍କ ମଧ୍ୟରୁ ୟୋନୁ ମାଧ୍ୟମରେ ଏସବିଆଇ ୫.୪୨୮ କୋଟି ଟଙ୍କାର ଋଣ ଆପ୍ରୋଭ କରିଛି । ଏପର୍ୟ୍ୟ ନ୍ତ ୩୦ ଲକ୍ଷରୁ ଅଧିକ ଭାରତୀୟଙ୍କୁ ଘର କିଣିବାକୁ ଋଣ ଦେଇସାରିଛି ଷ୍ଟେଟ ବ୍ୟାଙ୍କ । ତେବେ କ୍ରିକେଟରୁ ଅବସର ନେବାପରେ ଯେ ଧୋନିଙ୍କ କ୍ରେଜ କମିନାହିଁ ଏହା ଏସବିଆଇର ଆମ୍ବାସାଡାର ହେବାପରେ ପୁଣିଥରେ ପ୍ରମାଣିତ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com