ବାଣିଜ୍ୟ

ଅର୍ଥନୈତିକ ଅଭିବୃଦ୍ଧିରେ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୈତିକ ଦେଶ

ନୂଆଦିଲ୍ଲୀ, ୦୩/୦୯/୨୦୨୨-  ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଭାରତକୁ ମିଳିଛି ଏକ ବଡ ସଫଳତା । ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୈତିକ ଦେଶ ହୋଇଛି । ୟୁରୋପରେ ମାନ୍ଦାବସ୍ଥା ଭିତରେ ଘରୋଇ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ହେତୁ ଭାରତ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ରିଟେନକୁ ଅତିକ୍ରମ କରିଛି ।

ଆମେରିକା, ଚୀନ, ଜାପାନ ଏବଂ ଜର୍ମାନୀ ପରେ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଥିବା ବେଳେ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଛି । ବୃହତ ଅର୍ଥନୀତିକ ଦେଶ ମଧ୍ୟରେ ଭାରତ ଏକଦା ୧୧ ତମ ସ୍ଥାନରେ ଥିଲା । ଆମେରିକୀୟ ଡଲାର ହିସାବ ଅନୁଯାୟୀ, ତ୍ରୟମାସ ହିସାବରେ ଭାରତ ବ୍ରିଟେନକୁ ଅତିକ୍ରମ କରିଛି । ସେହିଭଳି ଜିଡିପି ଅଭିବୃଦ୍ଧିରେ ଭାରତ ପ୍ରଥମ ତିନି ମାସରେ ଏହାର ଅର୍ଥନୀତିକୁ ମଜବୁତ କରିଛି ।

ନୋମିନାଲ କ୍ୟାସ ଆଧାରରେ ଭାରତୀୟ ଅର୍ଥନୀତିର ଆକାର ୮୫ ହଜାର ୪୭୦ କୋଟି ଡ଼ଲାର ରହିଛି । ସମାନ ଅବଧିରେ, ସମାନ ଆଧାରରେ ବ୍ରିଟେନର ଅର୍ଥନୀତିର ଆକାର ୮୧ ହଜାର ୬୦୦ କୋଟି ଡ଼ଲାର ଥିଲା । ମାର୍ଚ୍ଚ ମାସର ଶେଷ ଦିବସରେ ଡଲାର ବିନିମୟ ହାର ଆଧାରରେ ଏହି ହିସାବ କରାଯାଇଛି । ଅନୁମାନ କରାଯାଉଛି ଆଗାମୀ ସମୟରେ ଭାରତ ଅନ୍ୟାନ୍ୟ ବିକଶିତ ଦେଶର ଅର୍ଥନୀତି ବିରୋଧରେ ନିଜର ସ୍ଥିତିକୁ ମଜବୁତ କରିବ । ଚଳିତବର୍ଷ ଭାରତର ଅଭିବୃଦ୍ଧି ଆକଳନକୁ ୭ ପ୍ରତିଶତରେ ରଖାଯାଇଛି । ଯାହା ଦୁନିଆର ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଦ୍ରୁତତମ ।

Related Articles

Back to top button
WP Twitter Auto Publish Powered By : XYZScripts.com