ବାଣିଜ୍ୟ

ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପୃକ୍ତି ନେଇ NIAର ରେଡ୍

ନୂଆଦିଲ୍ଲୀ, ୨୯/୧୧/୨୦୨୨-  ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲା ହତ୍ୟାକାଣ୍ଡ, ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଓ ଗୋଲ୍ଡି ବାର ସହ କନେକ୍ସନକୁ ନେଇ NIA ଟିମ୍ ମଙ୍ଗଳବାର ମାରାଥନ ରେଡ୍ କରିଛି । ଗ୍ୟାଙ୍ଗଷ୍ଟରଙ୍କ ସହ ସମ୍ପୃକ୍ତି ଏବଂ ବିଦେଶୀ ଫଣ୍ଡିଂକୁ ନେଇ ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ପଞ୍ଜାବ ଓ ଉତ୍ତରପ୍ରଦେଶରେ ଏହି ଚଢ଼ାଉ ହୋଇଛି । ସୋମବାର ଲରେନ୍ସ ବିଷ୍ଣୋଇର ୪ ସହଯୋଗୀଙ୍କୁ ପଞ୍ଜାବ ପୋଲିସ ଗିରଫ କରିଥିଲା । ସେମାନଙ୍କଠାରୁ ୩ଟି ବନ୍ଧୁକ, ୨୨ଟି ଗୁଳି ଓ ଗୋଟିଏ ମାଗାଜିନ ଜବତ କରା ଯାଇଥିଲା । ଆଜି ପଞ୍ଜାବର ୬ଟି ଜିଲ୍ଲାରେ NIA ରେଡ୍ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com