ବାଣିଜ୍ୟ

ଘର ସାମ୍ନାରେ ମିଳିବ ବ୍ୟାଙ୍କ ସେବା

ନୂଆଦିଲ୍ଲୀ, ୧୬/୦୮/୨୦୨୨ –  ଏଣିକି ଆଉ ବ୍ୟାଙ୍କକୁ ବାରମ୍ବାର ଦୌଡିବାକୁ ପଡିବନି କି ଘଣ୍ଟାଘଣ୍ଟା ଧରି ଧାଡିରେ ଠିଆ ହେବାକୁ ପଡିବନି । ଦେଶରେ ଆଜାଦି କା ଅମୃତ ମହୋତ୍ସବ ପାଳିତ ହେଉଥିବାବେଳେ ସାଧାରଣ ଲୋକଙ୍କ ସୁବିଧା ପାଇଁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ Door Step Banking Services କୁ ଗୁରୁତ୍ୱ ଦେବା ସହ ସମ୍ପ୍ରସାରିତ କରିବାକୁ ଜୋର୍ ଦେଉଛି । ଏହି ସେବା ପ୍ରଥମେ କୋଭିଡ -୧୯ ସମୟରେ ଲୋକେ ଘରୁ ବାହାରି ପାରୁନଥିବାରୁ ଆରମ୍ଭ ହୋଇଥିଲା । ଏହି ସେବା ଦ୍ୱାରା ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଗୁରୁତର ରୋଗରେ ପୀଡିତ ବ୍ୟକ୍ତି, KYC ପଞ୍ଜୀକରଣ କରିଥିବା ଆକାଉଣ୍ଟଧାରୀ ଏବଂ ନିଜ ଘର ଶାଖାର ପାଞ୍ଚ କିଲୋମିଟର ମଧ୍ୟରେ ରହୁଥିବା ଅନ୍ୟ ସମସ୍ତ ଏସବିଆଇ ଗ୍ରାହକ ଉପକୃତ ହେଉଥିଲେ । । ଏହି ବ୍ୟବସ୍ଥା ଦ୍ୱାରା ବ୍ୟାଙ୍କରୁ ଟଙ୍କା ଉଠାଇବା, ପଠାଇବା, ଚେକ ଗ୍ରହଣ, ଡ୍ରାପ୍ଟ ବିତରଣ, ଆଦି ଜରୁରୀ ସେବା ମିଳିପାରିବ ।
ଏସବିଆଇ ଟ୍ୱିଟ୍ ଅନୁଯାୟୀ ଭିନ୍ନକ୍ଷମ ଗ୍ରାହକଙ୍କୁ ଏକ ମାସରେ ମାଗଣାରେ ତିନିଥର ‘ଡୋର ଷ୍ଟେପ୍ ବ୍ୟାଙ୍କିଙ୍ଗ୍ ସେବା’ ପ୍ରଦାନ କରାଯିବ ।
ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକମାନେ ୧୮୦୦୧୨୧୩୭୨୧ ଏବଂ ୧୮୦୦୧୦୩୭୧୮୮ ଟୋଲ୍ ଫ୍ରି ନମ୍ବରକୁ କଲ କରି ଏହି ସେବା ପାଇଁ ନିଜକୁ ପଞ୍ଜୀକୃତ କରିପାରିବେ ।

Related Articles

Back to top button
WP Twitter Auto Publish Powered By : XYZScripts.com