ବାଣିଜ୍ୟ

ଶ୍ରୀଲଙ୍କା ପରି ହୋଇପାରେ ପାକିସ୍ତାନ ଅବସ୍ଥା

ନୂଆଦିଲ୍ଲୀ, ୧୪/୦୭/୨୦୨୨- ଶାସନ ଅବ୍ୟବସ୍ଥା ପୁରା ଦେଶକୁ କିପରି ଛାରଖାର କରିପାରେ ତାହାର ଜ୍ୱ୍ୱଳନ୍ତ ଉଦାହରଣ ସାଜିଛି ଶ୍ରୀଲଙ୍କା । ଦେଶରେ ଲୋକେ ଖାଇବାକୁ ପାଉନାହାଁନ୍ତି । ରୋଗୀଙ୍କ ପାଇଁ ଔଷଧ ନାହିଁ । ଦେଶ ଛାଡି ପଳାଇଛନ୍ତି ରାଷ୍ଟ୍ରପତି । ଏପରି ଦୁର୍ଦ୍ଦଶାର ଆଉ ଏକ ଛବି ଖୁବଶୀଘ୍ର ପଡୋଶୀ ପାକିସ୍ତାନରେ ମଧ୍ୟ ଦେଖାଯିବାର ସୂଚନା ମିଳିଲାଣି । ପାକିସ୍ତାନରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଆକାଶଛୁଆଁ ହୋଇଛି । ଦେଶର ରାଜସ୍ୱ ଧୀରେ ଧୀରେ ଖାଲି ହେବାକୁ ବସିଲାଣି । ଦେଶରୁ ବିଦେଶୀ ମୁଦ୍ରା କମି କମି ଯାଉଛି । ସବୁଠୁ ବଡ କଥା ହେଉଛି ଦେଶ ଉପରେ ଏବେ ବିଦେଶୀ ଋଣର ବଡ ବୋଝ । ‘ଦ ଡନ୍’ର ରିପୋର୍ଟ ଅନୁଯାୟୀ, ୨୦୨୧ରେ ପାକିସ୍ତାନ ଉପରେ ୧୩.୩୮ ଅରବ ଡଲାର ବିଦେଶୀ ଋଣ ଥିବାବେଳେ, ୨୦୨୧-୨୨ ଆର୍ଥିକ ବର୍ଷରେ ପାକିସ୍ତାନର ବିଦେଶୀ ଋଣ ବଢି ବଢି ଆସି ୧୦.୮୮୭ ଅରବ ଡଲାରରେ ପହଞ୍ଚିଛି । ଋଣ ସୁଝିବାକୁ ଆହୁରି ଅଧିକ ଋଣ କରି ଚାଲିଛନ୍ତି ପାକିସ୍ତାନ ସରକାର । ବିଶେଷ କରି ଚୀନ ଠାରୁ ଉଚ୍ଚ ସୁଧରେ ଆଣିଛି ଋଣ । ତେଣୁ ଏହାକୁ କିପରି ସୁଝିବ ସେହି ଚିନ୍ତାରେ ଏବେ ପାକିସ୍ତାନ ସରକାର।

Related Articles

Back to top button
WP Twitter Auto Publish Powered By : XYZScripts.com