ବାଣିଜ୍ୟ

ବିଭିନ୍ନ ଦାବି ନେଇ ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ ଏବଂ ଧାରଣା

ନୂଆଗଡ଼, ୨୫/୧୧/୨୦୨୨ –   ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ମହିଳା ଅଙ୍ଗନୱାଡ଼ି ୱାର୍କରସ ଆସୋସିଏସନ ତରଫରୁ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରିବା ସହ ଆଇ.ସି.ଡ଼ି ଏସ ଅଫିସ୍ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦେଇଛନ୍ତି । ଅଙ୍ଗନବାଡି କେନ୍ଦ୍ରର ସମସ୍ତ ମହିଳା କର୍ମଚାରୀ ମାନେ ଏକତ୍ରିତ ଭାବେ ବିରାଟ ରାଲିରେ ନୂଆଗଡ ଶିଶୁ ମନ୍ଦିର ସମ୍ମୁଖରୁ ବାହାରି ସ୍ଥାନୀୟ ବ୍ଲକ୍ ସମ୍ମୁଖରେ ପହଞ୍ଚିଥିଲେ ।

ଅଙ୍ଗନୱାଡି କର୍ମୀ ଙ୍କୁ ସରକାରୀ କର୍ମଚାରୀ ଘୋଷଣା କରିବା, ମାସିକ ବେତନ ୧୮୦୦୦ ଟଙ୍କା କୁ ବୃଦ୍ଧି ଏବଂ ସହାୟିକା ଙ୍କୁ ୯୦୦୦ ବେତନ ଦିଆଯିବା, ମିନି କର୍ମୀମାନଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି କର୍ମୀ ଭାବେ ଘୋଷଣା କରିବା, କର୍ମୀ ମାନଙ୍କ EPF, ESIC ଏବଂ Gratuty ଲାଗୁକରିବା ସହ ଅନ୍ୟାନ୍ୟ ଦାବି ଗୁଡ଼ିକୁ ମାଇକରେ ସ୍ଲୋଗାନ ଦେଇ ନୂଆଗଡ ବଜାର ପରିକ୍ରମା କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ରେ ସମ୍ବଳିତ ଦାବି ପତ୍ର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଦେଇଥିଲେ ।

ବିଗତ ଦିନ ମାନଙ୍କରେ ଅନେକ ଥର ରାଜ୍ୟ ସରକାରଙ୍କୁ ଗୁହାରୀ କରିଛୁ କିନ୍ତୁ ଆମ ଗୁହାରୀ ସରକାର ଶୁଣୁନାହାନ୍ତି, ପରିଶ୍ରମ ଅଧିକା କରୁଥିବା ବେଳେ ବେତନ କମ ଦେଉଛନ୍ତି… ଯଦି ଆମ ଦାବି ସରକାର ପୂରଣ ନ କରନ୍ତି ଆମ ଆସୋସିଆସନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଜାରି ରହିବ। ଉକ୍ତ ରାଲି ଓ ଧାରଣା ରେ ଗଜପତି ଜିଲ୍ଲା ଅଙ୍ଗନୱାଡ଼ି ସଭାନେତ୍ରୀ  ଜ୍ୟୋତ୍ସ୍ନା ରାଣୀ ପାଣିଗ୍ରାହୀ, ବ୍ଲକ୍ ସଭାନେତ୍ରୀ ସୁଜାତା ମାଝୀ, ମରୀୟମ ରଇତ ପରିଚାଳନା କରୁଥିବା ବେଳେ ବ୍ଲକର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଯୋଗ ଦେଇଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com