ଜାତୀୟବାଣିଜ୍ୟ

ବଢୁଛି ଷ୍ଟେଟ୍ ବ୍ୟାଙ୍କ୍‌ର କାରବାର : ୨୦୨୨-୨୩ ଆର୍ଥିକ ବର୍ଷରେ ୮ ହଜାର କୋଟିର ଋଣ ଆଦାୟ ଲକ୍ଷ୍ୟ

ନୂଆଦିଲ୍ଲୀ () ଦେଶର ସର୍ବବୃହତ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ଚଳିତ ଆର୍ଥିକ ବର୍ଷରେ ରାଇଟ ଅଫ୍‌ ହୋଇଥିବା ଆକାଉଣ୍ଟଗୁଡିକରୁ ପ୍ରାୟ ୮ ହଜାର କୋଟି ଟଙ୍କାର ଋଣ ଅସୁଲ କରିବାକୁ ଆଶା ରଖିଛି । ଏହା ମଧ୍ୟରେ ଏନ୍‌ସିଏଲ୍‌ଟିରେ ସମାଧାନ ହୋଇଥିବା ମାମଲା ମଧ୍ୟ ସାମିଲ ରହିଛି ।
ଡିସେମ୍ବରରେ ଶେଷ ହୋଇଥିବା ତ୍ରୈମାସ ସୁଦ୍ଧା ବ୍ୟାଙ୍କ ଏଭଳି ଆକାଉଣ୍ଟଗୁଡିକରୁ ବ୍ୟାଙ୍କ ୧୫୦୦ କୋଟି ଟଙ୍କା ଆଦାୟ କରିଛି । ଆର୍ଥିକ ବର୍ଷ ୨୦୨୧-୨୨ର ୯ ମାସରେ ଏହା ୫,୬୦୦ କୋଟି ଟଙ୍କା ଅସୁଲ କରିବାକୁ ସକ୍ଷମ ହୋଇଥିବା ବ୍ୟାଙ୍କ ସ୍ପଷ୍ଟ କରିଛି । ତୃତୀୟ ତ୍ରୈମାସରେ ବ୍ୟାଙ୍କର ନେଟ୍‌ ଲାଭ ୬୨.୨୭% ବୃଦ୍ଧି ଘଟି ୮,୪୩୨ କୋଟି ଟଙ୍କା ରହିଛି । ମୋଟାମୋଟି ଭାବେ କହିବାକୁ ଗଲେ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ୮ ହଜାର କୋଟି ଟଙ୍କା ଆଦାୟ କରିବାକୁ ଯୋଜନା ରଖିଛି । ବ୍ୟାଙ୍କର ମୋଟ ଏନ୍‌ପିଏ ୪.୫% ସ୍ତରକୁ ଖସିଛି । ନେଟ ଏନ୍‌ପିଏ ୧.୩୪% ରହିଛି । ବ୍ୟାଙ୍କର ଫରଫରମାନ୍ସରେ ଧୀରେ ଧୀରେ ଉନ୍ନତି ପରିଲକ୍ଷିତ ହେଉଛି ବୋଲି ଅଧ୍ୟକ୍ଷ ଦିନେଶ କୁମାର ଖାରା କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com