ବାଣିଜ୍ୟ

୫୦ ହଜାର SHG ହେବ SME

ଭୁବନେଶ୍ୱର,୧୪/୦୨/୨୦୨୩ –   ଆସନ୍ତା ୩ ବର୍ଷ ଭିତରେ ପ୍ରତି ଜିଲ୍ଲାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଶିଳ୍ପ ପାର୍କ ହେବ । ୫୦ହଜାର SHGକୁ SMEରେ ପରିଣତ କରାଯିବ । ଏହି ସୂଚନା ଦେଇଛନ୍ତି ମିଶନ ଶକ୍ତି ସଚିବ ସୁଜାତା ଆର. କାର୍ତ୍ତିକେୟନ ସୂଚନା ଦେଇଛନ୍ତି ।

ଚଳିତ ଆର୍ଥିକ ବର୍ଷରେ ଗୋଟିଏ ଦୁଇଟି ଜିଲ୍ଲାରେ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପାଇଁ ଜମି ଚିହ୍ନଟ କରାଯିବ । ରାଜ୍ୟସ୍ତରରେ ମହିଳାଙ୍କୁ ନେଇ ଇଣ୍ଡଷ୍ଟ୍ରିଆଲ୍ ପାର୍କ କରିଥିବା ଟେକ୍ନିକାଲ ପାର୍ଟନରଙ୍କୁ ଏଥିରେ ନିୟୋଜିତ କରାଯିବ । ଫ୍ଲାଏ ଆସ ଇଟା ପ୍ରସ୍ତୁତ କରୁଥିବା କୋରାପୁଟ ବୋରିଗୁମ୍ମାର SHGକୁ ପ୍ରଶଂସା କରିଛନ୍ତି ମିଶନ ଶକ୍ତି ସଚିବ ।

ଗ୍ରୁପର ଟର୍ଣ୍ଣ ଓଭର ୫କୋଟିରୁ ଅଧିକ ହୋଇଛି । ସବୁ ଫାଇଭ୍-ଟି ସ୍କୁଲର ତଦାରଖ, ରକ୍ଷଣାବେକ୍ଷଣ ଦାୟିତ୍ବ SHGକୁ ହସ୍ତାନ୍ତର କରାଯାଉଛି । ଜଙ୍ଗଲ ବିଭାଗରେ SHGର ସହଭାଗିତାକୁ ଫୋକସ୍ କରାଯାଉଛି । ବିଶେଷ କରି କୋରାପୁଟ, କେନ୍ଦ୍ରାପଡ଼ାରେ ବହୁତ ଭଲ କାମ ହୋଇଛି । ୭୦ ଲକ୍ଷ ମହିଳା କେମିତି ପରିଚୟ ପାଇବେ ସେନେଇ ଗୁରୁତ୍ବ ଦିଆଯାଉଥିବା ମିଶନ ଶକ୍ତି ସଚିବ କହିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com