ବାଣିଜ୍ୟ

ନାବାଳକ ଚାଳକଙ୍କୁ ୨୨ ଲକ୍ଷର ଜରିମାନା; ପରିବହନ ବିଭାଗ ଟାର୍ଗେଟରେ ନାବାଳକ ଗାଡି ଚାଳକ

ଭୁବନେଶ୍ୱର, ୨୯/ ୦୩/ ୨୦୨୩ –   ନାବାଳକ ଗାଡି ଚାଳକଙ୍କ ପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ତେଣୁ ନାବାଳକଙ୍କ ଗାଡି ଚାଳନା ବନ୍ଦ କରିବାପାଇଁ ପରିବହନ ବିଭାଗ ଓ ପୋଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛନ୍ତି । ଆଉ ନିୟମକୁ ଯେଉଁମାନେ ହାଲକା ଭାବେ ନେଇଛନ୍ତି ସେମାନେ ଏବେ ମୋଟା ରକମର ଫାଇନ ଭରୁଛନ୍ତି ।

କେବଳ କଟକରେ ନାବାଳକଙ୍କ ଗାଡି ଚାଳନା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ମଙ୍ଗଳବାର ୮୮ଟି ଗାଡି ଜବତ କରାଯାଇଛି । ଏଥିସହ ନିୟମ ଅନୁଯାୟୀ ଗାଡି ପିଛା ୨୫ ହଜାର ଟଙ୍କା ଜରିମାନା ଲଗାଯାଇଛି । ଏପରି ଭାବେ ଗୋଟିଏ ଦିନରେ ୨୨ ଲକ୍ଷ ଟଙ୍କାର ଫାଇନ ଫାଇନ କଟିଛି । ଏହାପରେ କିଛି ଅଭିଭାବକ ଫାଇନ ଦେଇ ଗାଡି ନେଇଥିବା ବେଳେ ଯେଉଁମାନେ ଜରିମାନା ଦେଇନାହାନ୍ତି ସେମାନଙ୍କ ଗାଡିକୁ ଜବତ କରାଯାଇଛି ।

ସେହିପରି ଅନ୍ୟ ସବୁ ନିୟମ ଉଲଘଂନ ଅଭିଯୋଗରେ ୯୦୦ରୁ ଉର୍ଦ୍ଧ୍ୱ ଗାଡ଼ି ଉପରେ ମଧ୍ୟ ଜରିମାନା ଲଗାଯାଇଛି । ଖାଲି ଯେ କଟକ ସେକଥା ନୁହେଁ ରାଜ୍ୟବ୍ୟାପୀ ଜାରି ରହିଛି ଏହି ସ୍ୱତନ୍ତ୍ର ଡ୍ରାଇଭ ।

Related Articles

Back to top button
WP Twitter Auto Publish Powered By : XYZScripts.com