ବାଣିଜ୍ୟ

ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ

ନୂଆଦିଲ୍ଲୀ, ୦୭ /୧୦/୨୦୨୨-   ଡଲାର ତୁଳନାରେ ଭାରତୀୟ ଟଙ୍କାର ସର୍ବକାଳୀନ ମୂଲ୍ୟ ହ୍ରାସ ଘଟିଛି । ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କା ହିସାବରେ ୮୨ ଟଙ୍କା ୩୩ ପଇସାକୁ ଛୁଇଁଛି । ଶୁକ୍ରବାର ବଜାର ଖୋଲିବା ମାତ୍ରେ ଏଥିପାଇଁ ନିବେଶକଙ୍କ ମୁଣ୍ଡରେ ଚିନ୍ତା ଘାରିଛି । ଗୁରୁବାର ମୁଦ୍ରା ମୂଲ୍ୟ ୧୬ ପଇସା ହ୍ରାସ ପାଇବା ପରେ ଭାରତୀୟ ଟଙ୍କାର ମୂଲ୍ୟ ୮୨ ଟଙ୍କା ୩୩ ପଇସା ହୋଇଛି । ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ, ଆମେରିକୀୟ ବଣ୍ଡରେ ଅବମୂଲ୍ୟାୟନ ଆଦି କାରଣରୁ ଭାରତୀୟ ମୁଦ୍ରା ମୂଲ୍ୟ ହ୍ରାସ ପାଇଛି । ଅଶୋଧିତ ତେଲ ଦର ଓ ଡଲାର ସୂଚକାଙ୍କ ମଜବୁତ ଥିବାରୁ ମଙ୍ଗଳବାର ଡଲାରର ମୂଲ୍ୟ ଥିଲା ୮୧ ଟଙ୍କା ୯୪ ପଇସା ଏବଂ ଗୁରବାର ୮୨ ଟଙ୍କା ୨୭ ପଇସା ରହିଥିଲା ।

ସେପଟେ କ୍ରମାଗତ ଭାବେ କିଛି ଦିନ ଧରି ଭାରତୀୟ ମୁଦ୍ରା ଦୁର୍ବଳ ହେଉଥିବାରୁ ସଂରକ୍ଷିତ ଥିବା ପରିମାଣର ଖର୍ଚ୍ଚ ଉପରେ ଲଗାମ ଲଗାଇଛନ୍ତି ରିଜର୍ଭ ବ୍ୟାଙ୍କ । ବର୍ତ୍ତମାନ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେଉଥିବାରୁ ଏବେ ଭାରତକୁ ଆମଦାନୀ ବାବଦକୁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ତେଣୁ ଏହାର ସିଧାସଳଖ ପ୍ରଭାବ ଭାରତୀୟ ସାମଗ୍ରୀର ଦର ଉପରେ ପଡିବ । ସେହିପରି ବିଦେଶରୁ ପଢୁଥିବା ଛାତ୍ରଛାତ୍ରୀଙ୍କ ଖର୍ଚ୍ଚ ମଧ୍ୟ ବଢିବ । ଗତବର୍ଷ ଭାରତୀୟ ଅର୍ଥନୀତି ଅଭିବୃଦ୍ଧି ପରିମାଣ ଥିଲା ୮.୭ ପ୍ରତିଶତ । ଚଳିତ ବର୍ଷ ମୁଦ୍ରା ମୂଲ୍ୟ ୧୦ ପ୍ରତିଶତ ହ୍ରାସ ପାଇଥିଲା । ତୈଳ ଦର ବ୍ୟାରେଲ ପିଛା ୯୩.୯୯ ଡଲାର ହେବା ଯୋଗୁ ଏହାର ପ୍ରଭାବ ମୁଦ୍ରା ଉପରେ ପଡ଼ିଛି । ତେଣେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ଅଭିବୃଦ୍ଧି ହାର ଆକଳନ କରିଛ ବିଶ୍ୱ ବ୍ୟାଙ୍କ । ଗତ ଜୁନରେ ସରକାର ଯେଉଁ ଆକଳନ କରିଥିଲେ ତାହାର ୧ ପ୍ରତିଶତ କମ୍ ଆକଳନ କରିଛନ୍ତି ବିଶ୍ୱବ୍ୟାଙ୍କ ।

Related Articles

Back to top button
WP Twitter Auto Publish Powered By : XYZScripts.com